ଅପରାଧ

ବିମାନକୁ ମିଳିଲା ବୋମା ଧମକ; ଉଡ଼ାଣ ସ୍ଥଗିତ, ତଲାସୀ ଜୋରଦାର – Ibnodisha

[ad_1]

ବ୍ୟୁରୋ : ଉଡ଼ାଣ ପୂର୍ବରୁ ବିମାନକୁ ମିଳିଲା ବୋମା ଧମକ । ଫଳରେ ନିର୍ଦ୍ଧାରିତ ସମୟରେ ଟେକ୍‌ ଅପ୍‌ କରିବା ପରିବର୍ତ୍ତେ ବିମାନରେ ଜୋରସୋରରେ ଚାଲିଛି ଖାନତଲାସୀ। ଏପରି ଏକ ଘଟଣା ଆଜି ସକାଳେ ଦିଲ୍ଲୀ ଏୟାରପୋର୍ଟରେ ଘଟିଛି।ଦିଲ୍ଲୀରୁ ପୁଣେ ଅଭିମୁଖେ ଏକ ଭିସ୍ତେରା ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ସକାଳ ପ୍ରାୟ ସାଢେ୭ଟାରେ ଜିଏମଆର କଲ୍‌ ସେଣ୍ଟରକୁ ଏକ କଲ୍‌ ଆସିଲା। ଅପର ପାର୍ଶ୍ୱର ବ୍ୟକ୍ତିଜଣକ ବିମାନରେ ବୋମା ଥିବା କହିଥିଲେ।ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ବିମାନ ଉଡ଼ାଣକୁ ସ୍ଥଗିତ କରାଯାଇଛି। ଏହାପରେ ବିମାନଟିକୁ ଏୟାରପୋର୍ଟର ଏକ ନିଛାଟିଆ ସ୍ଥାନକୁ ନିଆଯିବା ସହ ଉଚ୍ଚସ୍ତରୀୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ କରାଯାଊଛି। କିନ୍ତୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ କୌଣସି ବୋମା ମିଳି ନ ଥିବା ଜଣାଯାଇଛିଏହି ସମୟରେ ଯାତ୍ରୀଙ୍କ ବହୁ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ ଏଥିନିମନ୍ତେ ଭିସ୍ତେରା କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ସେମାନଙ୍କ ମାନସିକ ଚାପ କମ୍‌ କରିବାକୁ ବ୍ୟବସ୍ଥା କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ବିମାନଟି ଉଡ଼ାଣ ଆରମ୍ଭ କରିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବ କିଛି ଜଣା ନାହିଁ।କିଏ ବିମାନରେ ବୋମା ଥିବା ଖବର ନେଇ ଫୋନ୍‌ କଲ୍‌ କରିଥିଲା, ତାହାର ସନ୍ଧାନ କରୁଛି ପୁଲିସ୍‌।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button