ଦେଶ

ସାଧାରଣ ରକ୍ତ ପରୀକ୍ଷାରୁ ଜାଣିହେବ ଭବିଷ୍ୟତରେ ମନୋବିକୃତି ହେବ କି ନାହିଁ, ରିସର୍ଚ୍ଚରେ ହେଲା ଖୁଲାସା

ମନୋବିଜ୍ଞାନୀ ରୋଗ ବିଷୟରେ ଏବେ ସାଧାରଣ ବ୍ଲଡ ଟେଷ୍ଟରୁ ବି ଜଣାପଡ଼ିପାରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରକ୍ତ ନମୁନାରୁ ଏକ ସ୍ୱତନ୍ତ୍ର ଧରଣର ପ୍ରୋଟିନ୍‌ ସ୍ତରର ଯାଞ୍ଚ କରି ମନୋବିକୃତ ରୋଗର ଆଶଙ୍କା ଅଛି କି ନାହିଁ ପତ୍ତା ଲଗାଇ ହେବ। ପାଗଳାମିର ଆରମ୍ଭରେ ମନୋବିକୃତି ଦେଖାଯାଏ। ଏହି ମନୋବିକାରରେ ପୀଡ଼ିତ ବ୍ୟକ୍ତି କିଛି ବର୍ଷ ମଧ୍ୟରେ ପାଗଳ ହୋଇଯାଇଥାନ୍ତି। ଜେଏଏମ୍‌ଏ ସାଇକେଟ୍ରି ଜର୍ଣ୍ଣାଲରେ ଏହି ରିସର୍ଚ୍ଚ ପ୍ରକାଶ ପାଇଛି। ଆରସିଏସ୍‌ଇ ୟୁନିଭର୍ସିଟି ଅଫ୍‌ ମେଡିସିନ୍‌ ଆଣ୍ଡ ହେଲଥ୍‌ ସାଇନ୍ସର ରିସର୍ଚ୍ଚରମାନେ ଏହି ଅଧ୍ୟୟନ କରିଛନ୍ତି।

blood

ଦୀର୍ଘ ବର୍ଷ ଧରି ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ପରେ ଏହି ତଥ୍ୟ ପାଇଛନ୍ତି। ଅଧ୍ୟୟନ ବେଳେ ରିସର୍ଚ୍ଚରମାନେ ମେସିନ୍‌ ଲର୍ଣ୍ଣିଂ ସାହାଯ୍ୟରେ ରକ୍ତ ନମୁନାରୁ ପ୍ରୋଟିନ୍‌ର ବିଶ୍ଳେଷଣ କରିଥିଲେ। ବିଶ୍ଳେଷଣରେ ରିସର୍ଚ୍ଚରମାନେ ପ୍ରୋଟିନ୍‌ର ଏକ ଖାସ୍‌ ପ୍ୟାଟନ୍‌ ବିଷୟରେ ଜାଣିବାକୁ ପାଇଥିଲେ ଯେଉଁଥିରୁ ଭବିଷ୍ୟତରେ ବ୍ୟକ୍ତି ପାଗଳପଣର ଶିକାର ହେବେ କି ନାହିଁ ଜଣାପଡ଼ୁଥିଲା।

ବୈଜ୍ଞାନିକମାନେ ରକ୍ତରେ ଏକ ଏଭଳି ପ୍ରୋଟିନ୍‌ ପାଇଥିଲେ ଯାହା ଶରୀରକୁ ଫୁଲାଇବାରେ ଉତ୍ତେଜକ ଭାବେ କାମ କରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। ଫଳରେ ବ୍ୟକ୍ତିର ମାନସିକ ସ୍ଥିତି ବିଗିଡ଼ିଯାଏ ଓ ସେ ପାଗଳ ହୋଇଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button