ଦେଶ

ରିହାତି ଦରରେ ଉଜ୍ଜ୍ୱଳା ହିତାଧିକାରୀ ପାଇବେ ଗ୍ୟାସ୍‌: ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]

ନୂଆଦିଲ୍ଲୀ: ଉଜ୍ଜ୍ୱଳା ଗ୍ୟାସର ମୂଲ୍ୟ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ନିଷ୍ପତି ଫଳରେ ଓଡ଼ିଶା ସମେତ ଭାରତବର୍ଷର ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ପ୍ରତି ମାସରେ ରିହାତି ଦରରେ ଗ୍ୟାସ ପାଇପାରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବୁଧବାର ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ସବସିଡି ମିଳିବା ନେଇ ଏକ ଐତିହାସିକ ନିଷ୍ପତି ପ୍ରଧାନମନ୍ତ୍ରୀ ନେଇଛନ୍ତି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା । ଗତ  ଅଗଷ୍ଟ ୨୯ ତାରିଖରେ ୨୦୦ ଏବଂ ଗତକାଲି ୧୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ସବୁ ନିଷ୍ପତିକୁ ଦେଖିଲେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ । ଦେଶର ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ହିତାଧିକାରୀ ଏବଂ ଓଡ଼ିଶାର ୫୩ ଲକ୍ଷରୁ ଅଧିକ ଉଜ୍ଜଳା ହିତାଧିକାରୀ ଏହା ଦ୍ୱାରା ଲାଭବାନ ହେବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button