ସ୍ୱାଦରେ ଭରପୂର କଖାରୁ ରାଇତା, ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ

ଖାଇବା ସମୟରେ ସମସ୍ତେ ରାଇତା ଖାଇବାକୁ ପସନ୍ଦ କରିଥାନ୍ତି। ଖାଇବାକୁ ସ୍ପେଶାଲ କରିବାରେ ରାଇତାର ମୁଖ୍ୟ ଭୂମିକା ଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ କ୍ଷୀରି କିମ୍ବା ବୁନ୍ଦି ନୁହେଁ ବରଂ କଖାରୁ ରାଇତା ବିଷୟରେ ଜଣାଇବୁ, ଯାହା ସ୍ୱାଦିଷ୍ଟ ସହ ଟେଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ…
ଆବଶ୍ୟକ ସାମଗ୍ରୀ :
କଖାରୁ: ୨୦୦ ଗ୍ରାମ
ଦହି: ୩୫୦ ଗ୍ରାମ
ଲଙ୍କା ପାଉଡର : ୧ ଚାମଚ
ଜିରା ପାଉଡର: ୧/୨ ଚାମଚ
ଧନିଆ ପତ୍ର: ୧ ଚାମଚ
ଲୁଣ ସ୍ୱାଦନୁସାରେ
ତେଲ: ୨ ଚାମଚ

ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କଖାରୁରୁ ଚୋପା ଛଡାଇ ମଞ୍ଜି କାଢି ଭଲଭାବେ କଦୁକସ କରିଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ କଖାରୁ ଏବଂ ଲୁଣ ମିଶାଇ ୩ରୁ ୪ ମିନିଟ୍ ଭଲ ଭାବେ ଭାଜିଦିଅନ୍ତୁ। କଖାରୁ ଭଲଭାବେ ଭାଜି ହୋଇଗଲେ ତାହାକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ଏବେ ଆଉ ଏକ ଅଲଗା ବାସନରେ ଦହି, ଅଳ୍ପ ଲୁଣ, ଜୀରା ପାଉଡର ଏବଂ ଧନିଆ ପତ୍ର ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ସେଥିରେ କଖାରୁ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଖାରୁ ରାଇତା।




