ଦେଶ

ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତାହେଲେ ଘରେ ଲଗାନ୍ତୁ ଏହି ଗଛ, ଅଗଣାରେ ଶୁଭିବ କୁଆଁ କୁଆଁ ଶବ୍ଦ

ଗଛ ଲତା ମାନବ ଜୀବନ ଏବଂ ସମସ୍ତ ଜୀବ ଜନ୍ତୁଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱ ରଖିଥାଏ। ଏହାଦ୍ୱାରା ନାକେବଳ ଆମକୁ ଶୁଦ୍ଧ ବାୟୁ ମିଳିଥାଏ ବରଂ ଏହାଦ୍ୱାରା ସକରାତ୍ମକ ଶକ୍ତିର ପ୍ରବାହ ମଧ୍ୟ ହୋଇଥାଏ। ସନାତନ ଧର୍ମରେ ଗଛ ଲତାର ପୂଜା ବିଧି ମଧ୍ୟ ରହିଛି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗଛ ଲତା ଏହି ସବୁ ଲାଭ ବ୍ୟତୀତ ଆହୁରି ଅନେକ ଲାଭ ମଧ୍ୟ ଅଛି।

ଆଜ୍ଞା ହଁ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଅନୁଯାୟୀ ଗଛ ଲତା ଆମ ଜୀବନର ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। କଣ ଆପଣଙ୍କୁ ଜଣାଅଛି ସବୁ ଗଛର କିଛି ନା କିଛି ମନୋକାମନା ପୂରା କରିବାର କ୍ଷମତା ରହିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ଗଛକୁ ଲଗାଲେ କଣ ଲାଭ ମିଳେ।

tulasi

  • ତୁଳସୀ ଗଛ – ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହାଯାଏ। ତୁଳସୀକୁ ପୂଜା କରିବା ଦ୍ୱାରା ବାତାବରଣ ଶୁଦ୍ଧ ହେବା ସହିତ ସୁଖ-ଶାନ୍ତି ଭରି ରହିଥାଏ।
  • ଜାମୁ ଗଛ – ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜାମୁ ଗଛ ଲଗାଇବା ଦ୍ୱାରା ସୌଭାଗ୍ୟ ସହିତ କନ୍ୟା ପ୍ରାପ୍ତି ମଧ୍ୟ ହୋଇଥାଏ।
  • ପଳାଶ ଗଛ – ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ତାହେଲେ ପଳାଶ ଗଛ ଲଗାନ୍ତୁ।
  • କଣ୍ଟା ଗଛ – କଣ୍ଟା ଗଛ ଲଗାଇବା ଦ୍ୱାରା ଶତୃ ଭୟ ରହିନଥାଏ।
  • ଲିମ୍ବ ଗଛ – ଲିମ୍ବ ଗଛ ଲଗାଇବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ।
  • ଅଶୋକ ଗଛ – ଅଶୋକ ଗଛ ଲଗାଇବା ଦ୍ୱାରା ଶୋକରୁ ମୁକ୍ତି ମିଳିଥାଏ।
  • ଧନ ଲାଭ ପାଇଁ – ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ଲାଭ ପ୍ରାପ୍ତ ହୋଇଥାଏ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button