IBN ଓଡ଼ିଶା ବ୍ୟୁରୋ

ସ୍ୱାଦରେ ଜବରଦସ୍ତ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ପରଫେକ୍ଟ ଟେଷ୍ଟୀ କୁନ୍ଦୁରି ଆଚାର, ଏମିତି କରନ୍ତୁ ପ୍ରସ୍ତୁତ

ଯେକୌଣସି ଖାଦ୍ୟପଦାର୍ଥ ହେଉ ସାଙ୍ଗରେ ଆଚାର ନଥିଲେ ତାର ମଜା କିଛି ଆସେନା। ଆଚାରର ସ୍ୱାଦ ଖାଦ୍ୟ ପଦାର୍ଥକୁ ଆହୁରି ସ୍ୱାଦିଷ୍ଟ କରାଇଦିଏ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସ୍ୱାଦରେ ଏକଦମ୍‌ ଜବରଦସ୍ତ ଟେଷ୍ଟି କୁନ୍ଦୁରୀ ଆଚାର। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
କୁନ୍ଦୁରୀ – ୨୫୦, ଲୁଣ – ଗୋଟେ ଛୋଟ ଚାମଚରୁ ସାମାନ୍ୟ ଅଧିକ, ଭିନେଗାର- ୨ ଚାମଚ, ସୋରିଷ ତେଲ, ୧/୪ କପ୍‌, ହେଙ୍ଗୁ – ୨ ରୁ ୩ ପିଞ୍ଚ୍‌, ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ, ହଳଦି ପାଉଡର-୧/୨ ଛୋଟ ଚାମଚ, ହଳଦିଆ ସୋରିଷ- ୨ ଛୋଟ ଚାମଚ, ମେଥି ଦାନା – ୨ ଛୋଟ ଚାମଚ।

ପ୍ରସ୍ତୁତି ପ୍ରଣାଳୀ
କୁନ୍ଦୁରୀକୁ ଲମ୍ବା ଲମ୍ବା କରି ଚାରିଭାଗରେ କାଟିଦିଅନ୍ତୁ। ଏହାପରେ ଏହାକୁ ଏକ ଜାର କିମ୍ବା କାଚ ଡବାରେ ବାହାର କରି ଲୁଣ ପକାଇ ଦିଅନ୍ତୁ। ଏହାକୁ ଖରାରେ ସୁଖାଇ ତିନି ଚାରି ଦିନ ସୁଖାଇ ଦିଅନ୍ତୁ। ଏହାପରେ କୁନ୍ଦୁରୀରୁ ପାଣି ବାହାର କରିଦିଅନ୍ତୁ। ଏହାପରେ ଆଚାର ପାଇଁ ମସଲା ପ୍ରସ୍ତୁତ କରନ୍ତୁ। ପ୍ରଥମେ ଗ୍ୟାସ ଲଗାଇ ପ୍ୟାନ ଗରମ କରନ୍ତୁ। ଗରମ ପ୍ୟାନରେ ମେଥି ଦାନା, ପାନମଧୁରୀ ଏବଂ ସୋରିଷ ପକାଇ ୧ ରୁ ୨ ମିନିଟ୍‌ ପଯ୍ୟର୍ନ୍ତ ଲଗାତାର ଚଲାନ୍ତୁ। ମସଲା ପକାଉଥିବା ସମୟରେ ଆଞ୍ଚକୁ ଧୀମା ଆଞ୍ଚରେ ରଖନ୍ତୁ। ମସଲା ଭଲଭାବେ ମିଶିଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ, ଯାହାଦ୍ୱାରା ତାହା ଶୀଘ୍ର ଥଣ୍ଡା ହୋଇଯିବ। ମସଲା ଥଣ୍ଡା ହେବା ପରେ ଏହାକୁ ଦରଦରା ପେଶି ଦିଅନ୍ତୁ। ଏହାପରେ ଗ୍ୟାସରେ ପ୍ୟାନ ଗରମ କରି ଏଥିରେ ତେଲ ପକାଇ ଦିଅନ୍ତୁ। ତେଲ ଭଲଭାବେ ଗରମ ହେବା ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏହାପରେ ଗରମ ଗରମ ତେଲରେ କୁନ୍ଦୁରୀକୁ ପକାଇ ଦିଅନ୍ତୁ। ଏହାପରେ ଦରଦରା ପେଶା ହୋଇଥିବା ମସଲା, ହେଙ୍ଗୁ, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାଇ ଦିଅନ୍ତୁ। ସବୁ ସାମଗ୍ରୀକୁ ଭଲଭାବେ ମିଶିବା ପାଇଁ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଛି ଟେଷ୍ଟୀ କୁନ୍ଦୁରୀ ଆଚାର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button