IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତିରିଶ ବର୍ଷ ପରେ ମହିଳାମାନଙ୍କ ପାଇଁ ବହୁତ ଦରକାରୀ କ୍ୟାଲସିୟମ, ଅଭାବ ପୂରଣ କରିବ ଏହିସବୁ ଖାଦ୍ୟ

କ୍ୟାଲସିୟମ ଶରୀର ପାଇଁ ବେଶ୍‌ ଉପକାରୀ। ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସାଧାରଣତଃ ୩୦ ବର୍ଷ ପରେ ମହିଳାମାନଙ୍କ ଶରୀର ପାଇଁ ଏହା ବେଶୀ ଦରକାର ହୋଇପଡେ। କ୍ୟାଲସିୟମ ଅଭାବ ଯୋଗୁଁ ନର୍ଭସ ସିଷ୍ଟମ ମାଧ୍ୟମରେ ମାଂସପେଶୀକୁ ଗତିଶୀଳ କରିଥାଏ। ହାଡକୁ ମଜବୁତ କରିବା ସହିତ ଅନେକ ରୋଗରୁ ବଞ୍ଚାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ ଜଣାଇବୁ, ଯାହା ଶରୀରରେ କ୍ୟାଲସିୟମକୁ ପୂରଣ କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..

– ଏକ କପ୍‌ ଦହିରେ ୩୦ ପ୍ରତିଶତ କ୍ୟାଲସିୟମ ସହିତ ଫସଫରସ, ପୋଟାସିୟମ ଏବଂ ଭିଟାମିନ ବି ୧୨ ଏବଂ ବି ୧୨ ରହିଥାଏ। ଯଦି ଆପଣ କ୍ଷୀର ପିଉନାହାନ୍ତି ତେବେ ଦହି ଖାଇପାରିବେ।

dahi

– ଚିୟା ସିଡସ, ଅଳସୀ, କଖାରୁ ମଞ୍ଜିରେ କ୍ୟାଲସିୟମର ଭଲ ସ୍ରୋତ ରହିଥାଏ। ଏଥିରେ କ୍ୟାଲସିୟମ ସହିତ ପ୍ରୋଟିନ ଏବଂ ଓମେଗା-୩ ଫ୍ୟାଟ ଏସିଡର ପର୍ଯ୍ୟାପ୍ତ ମାତ୍ରା ରହିଥାଏ। ଯାହାକୁ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିଥାଏ।

– ଏକ କପ୍‌ ବିନ୍ସରେ ୨୪ ପ୍ରତିଶତ କ୍ୟାଲସିୟମ ରହିଥାଏ। ଶରୀରରେ କ୍ୟାଲସିୟମ ପୂରଣ ପାଇଁ ବିନ୍ସ ଖାଇବା ଉଚିତ।

– ପନିର ଖାଇଲେ ମଧ୍ୟ ଶରୀରରେ କ୍ୟାଲସିୟମ ଅଭାବକୁ ଦୂର କରିପାରିବେ। ଏଥିରେ କ୍ୟାଲସିୟମ ସହିତ ପ୍ରୋଟିନ ମଧ୍ୟ ଭରପୂର ରହିଥାଏ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ।

– ବାଦାମ ଖାଇବା ଦ୍ୱାରା କେବଳ ବୁଦ୍ଧି ତୀକ୍ଷ୍ମ ନୁହେଁ ବରଂ ହାଡ ମଧ୍ୟ ମଜବୁତ ହୋଇଥାଏ। ବାଦାମରେ ଥିବା କ୍ୟାଲସିୟମ ଯୋଗୁଁ ଏହାକୁ ଡାଏଟରେ ସାମିଲ କରନ୍ତୁ।

badam

– ପାଳକରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ। ୧୦୦ ଗ୍ରାମ ପାଳକରେ ୯୯ ମିଲି ଗ୍ରାମ କ୍ୟାଲସିୟମ ରହିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ସପ୍ତାହକୁ ଅତି କମ୍‌ରେ ୩ ଥର ପାଳକ ଖାଇବା ଉଚିତ।

– ଯଦି ଆପଣ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ସୋୟା କ୍ଷକ୍ଷୀର ଏବଂ ଟୋଫୁ ନିଜ ଡାଏଟରେ ସାମିଲ କରିପାରିବେ।

– ଏକ ତାଟିଆ ଭେଣ୍ଡିରେ ୪୦ ଗ୍ରାମ କ୍ୟାଲସିୟମ ରହିଥାଏ। ଏହାକୁ ସପ୍ତାହକୁ ଦୁଇ ଥର ଖାଇବା ଦ୍ୱାରା ଦାନ୍ତ ଖରାପ ହୁଏ ନାହିଁ ଏବଂ ହାଡ ମଜବୁତ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button