ମନୋରଞ୍ଜନ

ଖାଇବାକୁ ସ୍ୱାଦିଷ୍ଟ ‘ଆଳୁ କ୍ୟାପସିକମ୍‌ ସବ୍‌ଜୀ’, ଆଜି ଘରେ ବନାନ୍ତୁ

ପ୍ରତିଦିନ ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ କ’ଣ କ’ଣ ରୋଷେଇ କରିବେ ଏହାକୁ ନେଇ ଚିନ୍ତାରେ ପଡିଯାଆନ୍ତି ସବୁ ଗୃହିଣୀ। ସବୁଦିନ ସେହି ଗୋଟେ ପ୍ରକାରର ଖାଦ୍ୟ ଖାଇ ଏବଂ ରାନ୍ଧି ବିରକ୍ତି ମଧ୍ୟ ହୋଇଯାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ସହଜ ଏବଂ ଟେଷ୍ଟି ରୋଷେଇ ଶିଖାଇବୁ, ଯାହା ଆପଣଙ୍କ ଟେଷ୍ଟକୁ ବଦଳାଇ ଦେବ। ଆଉ ଏଥିପାଇଁ ଆପଣଙ୍କୁ ବଜାରରୁ କୌଣସି ମହଙ୍ଗା ଜିନିଷ ମଧ୍ୟ କିଣିବାକୁ ପଡିବ ନାହିଁ। ତେବେ ଆସନ୍ତୁ ଜାଣିବ କିପରି ବନାଇବେ ଆଳୁ କ୍ୟାପସିକମ୍‌ ସବ୍‌ଜୀ…

ଆବଶ୍ୟକ ସାମଗ୍ରୀ :

ତେଲ, ସୋରିଷ, ଜିରା, ହେଙ୍ଗୁ, ଅଦା କଞ୍ଚାଲଙ୍କା ପେଷ୍ଟ, କ୍ୟାପସିକମ୍‌, ସିଝା ଆଳୁ, ଟମାଟୋ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ଜିରା ପାଉଡର, ଗରମ ମସଲା, ସ୍ୱାଦ ଅନୁଯୀ ଲୁଣ, ଧନିଆପତ୍ର, କସୁରୀ ମେଥି।

sa

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଢେଇରେ ୨ରୁ ୩ ଚାମଚ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ସୋରିଷ ଏବଂ ଜିରା ପକାଇ ଭାଜନ୍ତୁ। ତା’ ପରେ ସେଥିରେ ଅଳ୍ପ ହେଙ୍ଗୁ ପକାଇ ଦିଅନ୍ତୁ। ସେଥିରେ ତା’ ପରେ ଅଦା କଞ୍ଚାଲଙ୍କା ପେଷ୍ଟ ପକାଇ ଅଳ୍ପ ଟିକେ ଭାଜନ୍ତୁ। ଅଳ୍ପ ଟିକେ ଭାଜି ହୋଇଗଲା ପରେ ସେଥିରେ କ୍ୟାପସିକମ୍‌ ପକାଇ ୨ ମିନିଟ ଭାଜିବା ପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ। ଟମାଟୋରୁ କଞ୍ଚାପଣ ଯିବା ପରେ ସେଥିରେ ଲଙ୍କା ପାଉଡର, ହଳଦୀ, ଗରମ ମସଲା, ଧନିଆ ଜୀରା ପାଉଡର, ଲୁଣ ପକାଇ ଭଲ ଭାବେ କଷିଦିଅନ୍ତୁ। ଏବେ ସେଥିରେ ସିଝା ଆଳୁ ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ସେ ଟିକେ ଭାଜି ହୋଇଗଲା ପରେ ଅଳ୍ପ କସୁରୀ ମେଥି ଏବଂ ଧନିଆପତ୍ର ପକାଇ ଗରମ ଗରମ ପରଷନ୍ତୁ। ଆପଣ ଏହାକୁ ରୁଟି କିମ୍ବା ଭାତ ସହିତ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button