ଏହା କେଉଁ ସ୍ଥାନ ? ଯେଉଁଠାରେ ମନୁଷ୍ୟ ପାଖକୁ ମୃତ୍ୟୁ ଆସିନଥାଏ !

ବନ୍ଧୁଗଣ ହିମାଳୟ ଏକ ଏପରି ରହସ୍ୟମୟ ଜାଗା ଅଟେ । ଯେଉଁ ସ୍ଥାନ ବିଷୟରେ ସଂପୂର୍ଣ୍ଣ ଭାବେ କେହି ମଧ୍ୟ ଜାଣିନଥିବେ । ତେବେ ହିମାଳୟରେ ଥିବା ଅନେକ ରହସ୍ୟମୟ ସ୍ଥାନ ମଧ୍ୟରୁ ଜ୍ଞାନଗଞ୍ଜ ବିଷୟରେ ଚାଲନ୍ତୁ ଏଠାରେ ଆଲୋଚନା କରିବା । ତେବେ ହିମାଳୟର ପାହାଡରେ ଏପରି ଲୁଚିକି ଅନେକ ରହସ୍ୟଭରା କଥା ରହିଛି । ଯାହାକୁ ଜାଣିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ତେବେ ହିମାଳୟରେ ଜ୍ଞାନଗଞ୍ଜ ନାମକ ଏକ ସ୍ଥାନ ରହିଛି ।
ତେବେ ଜ୍ଞାନଗଞ୍ଜ ନାମକ ଏହି ଛୋଟ ସ୍ଥାନରେ ଅମର ହେବାର କିଛି କଥା ରହିଛି । ତେବେ ଏହି ଜାଗାଟି ସିଦ୍ଧପୁରୁଷ ମାନଙ୍କୁ ହିଁ ସହଜରେ ପ୍ରାପ୍ତ ହୋଇଥାଏ । ଏହି ସ୍ଥାନରେ କିନ୍ତୁ ସାଧାରଣ ଲୋକ ପହଞ୍ଚିପାରେ ନାହିଁ । ତେବେ ଜ୍ଞାନଗଞ୍ଜରେ ଯେଉଁ ସନ୍ୟାସୀ ମାନେ ବାସ କରିଥାନ୍ତି । ସେମାନଙ୍କର ମୃତ୍ୟୁ ହୋଇନଥାଏ ବୋଲି ମାନ୍ୟତା ଅଛି । ଏହି ମଠରେ ସମୟକୁ ରୋକିବା ବାଲା ମହାତ୍ମା ନିଜ ତପସ୍ୟାରେ ଲୀନ ରହିଥାନ୍ତି ।
ତେବେ ଏହି ମଠରେ ଯୋଗ ସହ ବିଜ୍ଞାନର ଶିକ୍ଷା ମଧ୍ୟ ଦିଆଯାଇଥାଏ । ତେବେ କହିବାକୁ ଗଲେ, ଉଚ୍ଚକୋଟିର ମୁନିରୁଷୀ ମାନେ ଏହି ସ୍ଥାନରେ ରହିବାର ସୌଭାଗ୍ୟ ପାଇପାରିଥାନ୍ତି ।