IBN ଓଡ଼ିଶା ବ୍ୟୁରୋ

ଏପରି ଗୁଣ ଥିବା ଲୋକଙ୍କ ଘରୁ ମା’ ଲକ୍ଷ୍ମୀ କେବେବି ଯାଇନଥାନ୍ତି, ଘରେ ସର୍ବଦା ସୁଖ, ସମୃଦ୍ଧି ଭରି ହୋଇ ରହିଥାଏ…

ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯେଉଁ ଘର ଉପରେ ମା’ ଲକ୍ଷ୍ମୀ ଙ୍କ କୃପାଦ୍ରୁଷ୍ଟି ରହିଥାଏ । ସେହି ଘରେ କେବେବି ଧନର ଅଭାବ ଦେଖିବାକୁ ମିଳିନଥାଏ । ଏଥିସହ ସେହି ଘରେ ସର୍ବଦା ଖୁସି ଓ ଶାନ୍ତିର ବାତାବରଣ ମଧ୍ୟ ରହିଥାଏ । ହେଲେ ଯେଉଁ ଘର ଉପରେ ମା’ ଲକ୍ଷ୍ମୀ ରୁଷ୍ଠ ଥାନ୍ତି । ସେହି ଘରେ ଅଭାବ, ଅନାଟନ ସବୁବେଳେ ଦେଖାଯାଇଥାଏ । ତେବେ ଏପରି କିଛି ବିଶେଷ ଗୁଣ ଥିବା ଲୋକଙ୍କର ସାଥ ମା’ ଲକ୍ଷ୍ମୀ କେବେବି ଛାଡି ନଥାନ୍ତି ।

 

ତେବେ ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହି ସବୁ ବିଷୟରେ ବୁଝାଇବାକୁ ଯାଉଛୁ । ବିଭୀଷଣ ଜଣେ ଉଦାର ତଥା ପ୍ରଜାବତ୍ସଳ ରାଜା ଥିଲେ । ସେ ନିଜ ରାଜ୍ୟରେ ଶିଳ୍ପୀକାରଙ୍କର ଦୁର୍ଦ୍ଧଶା ଦେଖି କରି ଏକ ବଜାର କରିଥିଲେ । ରାଜା ବିଭୀଷଣ ନିଜ ଘୋଷଣାରେ କହିଥିଲେ । ଯେ ସନ୍ଧ୍ୟା ସମୟରେ ଯେଉଁ ମୂର୍ତ୍ତି ବିକ୍ରି ହେଇପାରିବ ନାହିଁ । ସେହି ମୂର୍ତ୍ତିକୁ ରାଜା ନିଜେ କିଣିନେବେ । ଦିନେ ବଜାରରେ ଏକ ଶିଳ୍ପକାରର ସବୁ ମୂର୍ତ୍ତି ବିକ୍ରି ହୋଇଯାଇଥିଲା । ହେଲେ କେବଳ ଗୋଟିଏ ହିଁ ମୂର୍ତ୍ତି ରହିଥିଲା ।

ଯେଉଁ ମୂର୍ତ୍ତିଟି ଥିଲା ମା’ ଅଲକ୍ଷ୍ମୀଙ୍କର ମୂର୍ତ୍ତି । ତେବେ ଶିଳ୍ପୀକାର ଜଣଙ୍କ ସେହି ମୂର୍ତ୍ତିକୁ ନେଇ ରାଜାଙ୍କ ନିକଟକୁ ଆସିଲା । ତେବେ ରାଜାଙ୍କ ପାଖରେ ଥିବା ମନ୍ତ୍ରୀ ରାଜାଙ୍କୁ କହିଥିଲେ । ଯେ ରାଜା ଆପଣ ଏହି ଅଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଶିଳ୍ପୀକାର ଠାରୁ ଆଣନ୍ତୁ ନାହିଁ । ନଚେତ ଆପଣଙ୍କ ଘରର ଲକ୍ଷ୍ମୀ ମା’ ଆପଣଙ୍କ ଘରୁ ଚାଲିଯିବେ । ହେଲେ ରାଜା ନିଜ ଉତ୍ତରରେ ମନ୍ତ୍ରୀ ଜଣଙ୍କୁ କହିଥିଲେ । ଯେ ମୁଁ ମୋ ବଚନରେ ବନ୍ଧା ଅଛି, ତେଣୁ ମୁଁ ମୋର ଧର୍ମ କରିବି ।

 

ତାପରେ ଶିଳ୍ପକାର ଠାରୁ ସେହି ଅଲକ୍ଷ୍ମୀଙ୍କର ମୂର୍ତ୍ତିଟି କିଣିନେଲେ । ତାପରେ ସେହି ଦିନ ରାତିରେ ରାଜା ଶୋଇଥିବା ସମୟରେ ଘର ବାହାରେ କାହାର ଏକ ମହିଳାର କାନ୍ଦିବାର ଆବାଜ ଶୁଣିବାକୁ ପାଇଥିଲେ । ବାହାରକୁ ଯାଇ ଦେଖିବା ବେଳକୁ ବାହାରେ ଜଣେ ମହିଳା କାନ୍ଦୁଛନ୍ତି । ମହିଳାଙ୍କୁ ରାଜା ତାଙ୍କ କାନ୍ଦିବାର କାରଣ ପଚାରିବାରୁ ମହିଳା ଜଣଙ୍କ କହିଥିଲେ ।

ମୁଁ ଲକ୍ଷ୍ମୀ ଅଟେ, ତୁମେ ତମ ଘରେ ଅଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ମୋର ଅପମାନ କରିଛ । ତେବେ ରାଜା କହିଥିଲେ କି ମୁଁ ବଚନରେ ବନ୍ଧା ଅଛି ।ତେଣୁ ମୁଁ ମୋ ଧର୍ମରାସ୍ତାକୁ କେବେବି ଛାଡିପାରିବି ନାହିଁ । ତାପରେ ରାଜା ଘରକୁ ଆସିବା ଆସି ଦେଖିବା ବେଳକୁ ତାଙ୍କ ଘରେ ଏକ ଦିବ୍ୟ ଆଲୋକ ଦେଖାଯାଉଥିଲା । ଯିଏ ରାଜାଙ୍କୁ କହିଥିଲା । ମୁଁ ଧର୍ମରାଜ ଅଟେ । ତୁମେ ଧର୍ମମାର୍ଗରେ ଅଛ, ତେଣୁ ସମସ୍ତ ଦେବାଦେବୀ ମଧ୍ୟ ତୁମ ପାଖରେ ରହିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button