IBN ଓଡ଼ିଶା ବ୍ୟୁରୋ

ଟ୍ରେନ୍ ଟିକେଟ୍ ଯାଞ୍ଚ କରୁଥିବା TTE ଏବଂ TC ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ ଏମାନଙ୍କର କାମ ବିଷୟରେ…

ନୂଆଦିଲ୍ଲୀ ୨୬।୦୯: ଟ୍ରେନ୍ ହେଉ କିମ୍ବା ରେଳ ଷ୍ଟେସନ୍ । ପ୍ଲାଟଫର୍ମରେ ଟିକେଟ୍ ଚେକିଂର ରହିଛି ନିୟମ । କିନ୍ତୁ ଟିକେଟ୍ ଚେକ୍ଅଧିକାରୀଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । ସାଧାରଣତଃ ଟିକେଟ ଚେକିଂ କରିଥାନ୍ତି TTE ଏବଂ TC । ଅଧିକାଂଶ ଲୋକ କେବଳ TC ବିଷୟରେ ଜାଣନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ କଣ ?

 

TTE ର ପୁରା ନାଁ ହେଉଛି ଟ୍ରାଭେଲିଂ ଟିକେଟ୍ ଅଗଜାମିନର । ଟ୍ରେନରେ ଟିକେଟ୍ ଚେକ କରିବାର ତାଙ୍କର ରହିଛି ଦାୟିତ୍ବ । କିନ୍ତୁ ଏମାନେ ଟିସି ଠାରୁ ସାମାନ୍ୟ ଭିନ୍ନ ହୋଇଥାନ୍ତି । ଟିସିଙ୍କୁ ଟିକେଟ୍ କଲେକ୍ଟର କୁହାଯାଏ । ସେମାନଙ୍କର କାମ ହେଉଛି ରେଲଓ୍ବେ ଷ୍ଟେସନରେ ଟିକେଟ୍ ଚେକ କରିଥାନ୍ତି । ସେମାନେ ସୁନିଶ୍ଚିତ କରନ୍ତି ଯେ ରେଳ ଯାତ୍ରୀମାନେ ନିୟମକୁ ପାଳନ କରନ୍ତୁ ।

TTE ହେଉଛନ୍ତି ରେଳ କର୍ମଚାରୀ, ଯିଏ ଟ୍ରେନ୍ ଭିତରେ ଟିକେଟ୍ ଯାଞ୍ଚ କରନ୍ତି । ଅନ୍ୟପଟେ ଟିସି ଟ୍ରେନ୍ ବାହାରେ ପ୍ଲାଟଫର୍ମରେ କରନ୍ତି ଟିକେଟ୍ ଯାଞ୍ଚ । TTE ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଦଶମ/ଦ୍ୱାଦଶ ପାସ୍ କରିବାକୁ ପଡିଥାଏ । ଏଥିପାଇଁ ବୟସ ୧୮ରୁ ୩୦ବର୍ଷ ହେବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button