IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ଏହି ସ୍ଵପ୍ନକୁ ଦେଖନ୍ତି, ତେବେ ତାହାକୁ ଅନ୍ୟ କାହାରିକୁ କୁହନ୍ତୁ ନାହିଁ, ନଚେତ ଏହାର ଶୁଭଫଳ ବୃଥା !

ଶୋଇବା ସମୟର ପରେ ଯେଉଁ ଦୃଶ୍ୟ ସବୁ ଆମ ଆଖି ସାମ୍ନାକୁ ଚାଲି ଆସିଥାଏ । ଆମେ ତାହାକୁ ସ୍ଵପ୍ନ ବୋଲି କହିଥାଉ। ସ୍ଵପ୍ନରେ ଆମ ଜୀବନ ସହ ଜଡିତ ଅନେକ ଗଭୀର କାରଣ ମଧ୍ୟ ରହିଛି । ଯଦି ସେହି ସ୍ଵପ୍ନ ଗୁଡିକୁ ଆମେ ସଠିକ ଦ୍ରୁଷ୍ଟି କୋଣରୁ ଦେଖି ତାହାକୁ ବିଚାର କରିବା । ତେବେ ସେହି ସ୍ଵପ୍ନର ଅର୍ଥ ମଧ୍ୟ ଆମେ ବୁଝିପାରିବା । ପ୍ରାଚୀନ ସ୍ଵପ୍ନ ଶାସ୍ତ୍ରରେ ସ୍ଵପ୍ନକୁ ନେଇ ଯେଉଁ ସବୁ ରୋଚକ ତଥ୍ୟ ରହିଛି, ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା । ଆମେ ସ୍ଵପ୍ନରେ ଯାହା ସବୁ ଦେଖିଥାଉ, ତାହାର କିଛି ନା କିଛି ସମ୍ବଦ୍ଧ ଆମ ଅତୀତ ଓ ଭବିଷ୍ୟତ ସହ ସମ୍ପର୍କ ହୋଇଥାଏ ।

 

1- ସ୍ଵପ୍ନରେ ମୃତ୍ୟୁର ସ୍ଵପ୍ନ ଦେଖିବା । ଯଦି କୌଣସି ନିଜର କୌଣସି ଆତ୍ମୀୟ ପରିଜନଙ୍କ ମୃତ୍ୟୁର ସ୍ଵପ୍ନ ଦେଖନ୍ତି । ତେବେ ଏହି ସ୍ଵପ୍ନ ଦେଖିକି ଆପଣ ଭୟଭୀତ ହୋଇଯାଇଥାନ୍ତି ସତ ହେଲେ ଏହି ସ୍ଵପ୍ନ ଶୁଭ ସଂକେତ ଅଟେ । ଯେଉଁ ବ୍ୟକ୍ତିର ମୃତ୍ୟୁର ସ୍ଵପ୍ନ ଦେଖନ୍ତି, ତା’ ର ଆୟୁଷ ବହୁତ ଲମ୍ବା ହୋଇଥାଏ । ହେଲେ ଏହି ସ୍ଵପ୍ନ ବିଷୟରେ ସେହି ବ୍ୟକ୍ତିକୁ କେବେବି କହିବା ଉଚିତ ନୁହେଁ ।

2- ସ୍ଵପ୍ନରେ ଦେବୀ ଲକ୍ଷ୍ମୀଙ୍କର ଚରଣ ଚିହ୍ନ ଦେଖିବା । ତେବେ ଏଭଳି ସ୍ଵପ୍ନ ମଧ୍ୟ ବହୁତ ଶୁଭ ସ୍ଵପ୍ନ ହୋଇଥାଏ । ମା’ ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିଛି ବୋଲି ଏହି ସ୍ଵପ୍ନ ଦ୍ଵାରା ଆପଣଙ୍କୁ ସୁଚିତା କରାଯାଉଛି ।

3- ସ୍ଵପ୍ନରେ କୌଣସି ଭଗବାନଙ୍କୁ ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭଦାୟକ ସ୍ଵପ୍ନ ହୋଇଥାଏ । ଯଦି ଭଗବାନଙ୍କ ସହ ଜଡିତ କିଛି ବି ସ୍ଵପ୍ନ ଦେଖନ୍ତି । ତେବେ ଆପଣଙ୍କ ଆସୁଥିବା ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି ବୋଲି ସ୍ଵପ୍ନ ଦ୍ଵାରା ଆପଣଙ୍କୁ ସୁଚିତା ହେଉଛି ।

4- ଯଦି ସ୍ଵପ୍ନରେ ଆପଣ ଫୁଲ ମାଳ ପିନ୍ଧିଥିବା ଦୃଶ୍ୟ ଦେଖିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ଉନ୍ନତିର ସ୍ଵପ୍ନ ହୋଇଥାଏ ।

5- ହାତୀ ସହ ଜଡିତ ସ୍ଵପ୍ନର ଦୃଶ୍ୟ ସେହି ବ୍ୟକ୍ତିକୁ ଆଗାମୀ ସମୟରେ ରାଜଯୋଗ ଉପଭୋଗ କରିବାର କଥାକୁ ଦର୍ଶାଇ ଥାଏ ।

6- ସ୍ଵପ୍ନରେ ଅନେକ ସାପ ମାନଙ୍କୁ ଦେଖିବା ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବାର କଥାକୁ ସ୍ଵପ୍ନ ଦ୍ଵାରା ସୂଚନା ମିଳିଥାଏ । ଏହା ବ୍ୟକ୍ତି ପାଇଁ ବହୁତ ଶୁଭ ସ୍ଵପ୍ନର ପ୍ରତୀକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button