IBN ଓଡ଼ିଶା ବ୍ୟୁରୋ

ଘରର ଏହି ଜିନିଷ, ଯିଏ ଯେତେ ମାଗନ୍ତୁ, ହେଲେ ଆପଣ ଦିଅନ୍ତୁ ନାହିଁ, ଲକ୍ଷ୍ମୀଛଡା ହୋଇଯିବେ,

ଦରକାର ସମୟରେ କୌଣସି ବ୍ୟକ୍ତିର ସାହାଜ୍ଯ କରିବା ଉଚିତ । ଏହା କରିବା ଦ୍ଵାରା ସାହାଜ୍ଯ କରିଥିବା ବ୍ୟକ୍ତି ଉପରେ ଭଗବାନ ବହୁତ ପ୍ରସନ୍ନ ହୋଇଯାଇଥାନ୍ତି । ହେଲେ ଏଭଳି କିଛି ଜିନିଷ ଆମ ଘରେ ରହିଥାଏ । ଯାହାକୁ କୌଣସି ବ୍ୟକ୍ତି ମାଗିଲେ ମଧ୍ୟ ତାଙ୍କୁ ଘରୁ ସେହି କିଛି ଜିନିଷ ଦେବା ଜମାରୁ ମଧ୍ୟ ଉଚିତ ନୁହେଁ । କାରଣ ଏହି ଜିନିଷ ଦେବା ଦ୍ଵାରା ଘରୁ ମା’ ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି । ତେବେ ଏଭଳି କିଛି ତଥ୍ୟ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ରହିଛି ଯାହା ବିଷୟରେ ଏଠାରେ ଆଲୋଚନା କରିବା ।

 

1- ଘରର ମହିଳାଙ୍କ ଅଳଙ୍କାରକୁ ଭୁଲରେ ଅନ୍ୟ କାହାକୁ ଋଣରେ ବା ଦାନରେ ଦିଅନ୍ତୁ ନାହିଁ । ଖାସ୍ କରି ବିବାହିତ ମହିଳା ମାନେ ନିଜର ମଙ୍ଗଳସୂତ୍ର, ପାଉଁଜି କେବେବି ଅନ୍ୟକୁ ଦିଅନ୍ତୁ ନାହିଁ । ନଚେତ ମା’ ଲକ୍ଷ୍ମୀ ସେହି ଘରର ସଦସ୍ୟଙ୍କ ଉପରେ ରୁଷ୍ଠ ହୋଇଯାଇଥାନ୍ତି । ଯାହା ଦ୍ଵାରା ଘରର ଅଳଙ୍କାର ସହ ଘରର ସମୃଦ୍ଧି ମଧ୍ୟ ଚାଲି ଯାଇଥାଏ । ଏହା ଦ୍ଵାରା ଘରର ଉନ୍ନତିରେ ଏଭଳି କାର୍ଯ୍ୟ ବାଧା ସୃଷ୍ଟି କରିଥାଏ ।

2- ଘରର ଝାଡୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । ତେଣୁ ନିଜ ଘରର ଝାଡୁକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏପରିକି ଘରର ଝାଡୁକୁ ଅନ୍ୟ ମାନଙ୍କୁ ଦେଖାଇବା ମଧ୍ୟ ଅନୁଚିତ । ଯଦି ନିଜ ଘରର ଝାଡୁକୁ ଅନ୍ୟକୁ ଦେଇଥାନ୍ତି । ତେବେ ଝାଡୁ ସହ ଘରର ସୁଖ, ସମୃଦ୍ଧି ମଧ୍ୟ ଆପଣଙ୍କ ଘରୁ ଚାଲି ଯାଇଥାଏ ।

 

3- ସନ୍ଧ୍ଯା ସମୟରେ ଘରୁ କ୍ଷୀର, ଦହି, ନଡିଆ, ଚାଉଳ ଅଟା ଭଳି ଧଳା ଜାତୀୟ ଖାଦ୍ୟ ପଦାର୍ଥ ଯିଏ ଯେତେ ମାଗିଲେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । କାରଣ ଧଳା ଜିନିଷ ଉପରେ ଖରାପ ଦ୍ରୁଷ୍ଟି ବହୁତ ଶୀଘ୍ର ଲାଗିଥାଏ । ତେଣୁ ସୂର୍ଯ୍ୟଅସ୍ତ ହେବା ପରେ ଘରର ଏହି ଜିନିଷ କଦାପି ଅନ୍ୟକୁ ଦିଅନ୍ତୁ ନାହିଁ ।

4- ଆପଣଙ୍କ ଘରର ଟଙ୍କାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ବିଶେଷ କରି ପୂଜାପର୍ବ ତଥା ଏକାଦଶୀରେ ନିଜ ଘରେ ସଞ୍ଚିତ ଥିବା ଧନ କେବେବି ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଧନ ବୃଦ୍ଧିରେ ବାଧା ଆସିଥାଏ ।

 

5- ରୋଷେଇ ଘରର ବେଲଣା କାଠି ଓ ପଟାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଯଦି ଦରକାର ପଡେ, ବଜାରରୁ କିଣି ଆଣି ଏହି ସମସ୍ତ ଜିନିଷ ଅନ୍ୟକୁ ଦେଇପାରନ୍ତି । ହେଲେ ନିଜ ଘରର ତଥା ନିଜ ରୋଷେଇ ଘରର ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button