ଘରର କେଉଁ ସ୍ଥାନରେ ବେଲ ଗଛ ରହିବା ଦ୍ଵାରା ହୋଇଥାଏ ଆର୍ଥିକ ଲାଭ !
ବେଲଗଛ ବହୁତ ଦୁର୍ଲଭ ବୃକ୍ଷ ଅଟେ । ଏହି ବେଳଗଛ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବୃକ୍ଷ ମଧ୍ୟ ହୋଇଥାଏ । ତେଣୁ ଏହି ବେଲବୃକ୍ଷରେ ଶିବ ଓ ଶକ୍ତିଙ୍କର ବାସ ହୋଇଥାଏ । ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି । ତେଣୁ ବେଲବୃକ୍ଷ ମୂଳରେ ସକାଳୁ ସ୍ନାନ କରି ପାଣି ଦେବା ଦ୍ଵାରା ବ୍ୟକ୍ତିକୁ କୋଟିପୂଣ୍ୟ ପ୍ରାପ୍ତ ହୋଇଥାଏ । ଏହି ବେଳପତ୍ର ଟି ଶୁଖିଯାଇଥାଏ ସତ କିନ୍ତୁ କେବେ ମଧ୍ୟ ବାସୀ ହୋଇନଥାଏ । ବେଲପତ୍ରରେ ଚନ୍ଦନ ଲଗାଇ ପ୍ରଭୁ ଶିବ କିମ୍ବା କୌଣସି ଦେବୀଙ୍କୁ ଅର୍ପଣ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ତେବେ ଏହି ବେଲବୃକ୍ଷର କିଛି ବିଶେଷତା ଜାଣନ୍ତୁ ।
1- ସୋମବାର ଦିନ ବେଲବୃକ୍ଷକୁ ପୂଜା କରିବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ । ତାପରେ ସୋମବାର ଦିନ ସେହି ବୃକ୍ଷର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଯେଉଁ ବ୍ୟକ୍ତି ଧାରଣ କରିଥାଏ । ବାହାରର କୌଣସି ନକରାତ୍ମକ ଶକ୍ତିର ଖରାପ ସେହି ବ୍ୟକ୍ତି ଉପରେ ପଡ଼ିପାରିନଥାଏ ।
2- ଘରର ଚାରି ପାଖରେ ବଡ ବଡ ଗଛ ରହିବାକୁ ଅଶୁଭ ବୋଲି କୁହାଯାଇଥାଏ । ସେହି ସବୁ ବଡ ବଡ ଗଛର ଛାଇ ଯେତେବେଳେ ଘରେ ପଡିଥାଏ । ସେତେବେଳେ ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ହେଲେ ବେଲବୃକ୍ଷ ଏପରି ଏକ ଚମତ୍କାରୀ ତଥା ଦିବ୍ୟ ବୃକ୍ଷ ଅଟେ ।
ଯାହା ଘରର ଚାରିପାଖର ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ଶୁଭ ଫଳ ମିଳିଥାଏ । କାରଣ ବେଲ ଗଛ ଘର ପାଖରେ ରହିବା ଦ୍ଵାରା କୌଣସି ଅଶୁଭ ହୋଇନଥାଏ । ଏଥିସହ ବେଲଗଛର ଛାଇ ଯେତେବେଳେ ଘର ଉପରେ ପଡିଥାଏ । ସେତେବେଳେ ଘରର ବାସ୍ତୁ ଦୋଷ ସବୁ ଚାଲିଯାଇଥାଏ ।
3- ବେଲଗଛକୁ ଘରର ଉତ୍ତର କିମ୍ବା ଉତ୍ତର ପୂର୍ବ ଐଶାନ୍ୟ କୋଣରେ ରଖିଲେ । ଘରେ ଧନଧାନ୍ୟର ଅଭାବ ଦେଖାଯାଇନଥାଏ । ଯଦି ଘରେ ଟଙ୍କା ପଇସାର ଅଭାବ ଥାଏ । ତେବେ ଘରକୁ ଧନ ଆଗମନର ବାଟ ଖୋଲିଯାଇଥାଏ ।
4- ଘରର ପୂର୍ବ ଦିଗରେ ବେଲଗଛ ରହିବା ଦ୍ଵାରା ଘରେ ଶାନ୍ତି ବଜାୟ ରହିଥାଏ । ଘରର ପଶ୍ଚିମ ଦିଗରେ ବେଲଗଛ ରହିଲେ । ଭଲ ସନ୍ତାନ ସେହି ଘରେ ଜନ୍ମ ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଲଗଛ ରହିଲେ । ଦୁର୍ଘଟଣା ଜନିତ ସମସ୍ଯା ସେହି ଘରର କୌଣସି ସଦସ୍ୟଙ୍କୁ ସାମ୍ନା କରିବାକୁ ପଡିନଥାଏ ।