କେଉଁ ବାରରେ ଜନ୍ମିତ ପିଲା ମାନଙ୍କର ଲକ୍ଷଣ କିଭଳି ହୋଇଥାଏ ?

ସପ୍ତାହର ପ୍ରତ୍ଯେକଟି ବାରର ସ୍ଵତନ୍ତ୍ର ମହତ୍ଵ ରହିଥାଏ । ଏଥିସହ ସେହି ବାରରେ ଜନ୍ମିତ ପିଲା ମାନଙ୍କ ଉପରେ ତାହାର ପ୍ରଭାବ ମଧ୍ୟ ପଡିଥାଏ । ତେଣୁ କେଉଁ ବାରରେ ପିଲା ଜନ୍ମ ହେଲେ ତାଙ୍କ ମାନଙ୍କ ଉପରେ ବାରର ପ୍ରଭାବ କଣ ପଡିଥାଏ ? ଭଗବାନ ସୂର୍ଯ୍ୟ ରବିବାରର ସ୍ଵାମୀ ଅଟନ୍ତି । ଚନ୍ଦ୍ର ସୋମବାରର ସ୍ଵାମୀ ଅଟନ୍ତି । ମଙ୍ଗଳ ଗ୍ରହ ମଙ୍ଗଳବାର ସ୍ଵାମୀ ଅଟନ୍ତି । ବୁଧଗ୍ରହ ବୁଧବାରର ସ୍ଵାମୀ ଅଟନ୍ତି । ବୃହଷ୍ପତ୍ତି ଗୁରୁବାରର ସ୍ଵାମୀ ଅଟନ୍ତି । ଶୁକ୍ରଗ୍ରହ ଶୁକ୍ରବାରର ଓ ଶନି ଗ୍ରହ ଶନିବାରର ସ୍ଵାମୀ ଅଟନ୍ତି । ତେବେ କେଉଁ ବାରରେ ପିଲା ଜନ୍ମ ହେଲେ ତାହାର ସ୍ଵଭାବ କେଉଁ ପ୍ରକାରର ହୋଇଥାଏ ଚାଲନ୍ତୁ ଜାଣିବା ।
ସୋମବାର;- ଏହି ବାରରେ ଜନ୍ମିତ ବହୁତ ପିଲା ଆତ୍ମପ୍ରେରିତ ହୋଇଥାନ୍ତି । ଏମାନେ ନିଜ ସୁଖ ଓ ଦୁଃଖ ଉଭୟକୁ ନିଜେ ବହୁତ ଭଲ ଭାବେ ହ୍ୟାଣ୍ଡେଲ କରିପାରନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି ।
ବୁଧବାର;- ଏହି ବାରରେ ଜନ୍ମିତ ପିଲା ମାନଙ୍କର ଗତିବିଧି ବିଶେଷ କରି ଧାର୍ମିକ ଓ ଆଧ୍ୟାତ୍ମିକ ଉପରେ ରହିଥାଏ । ଏମାନେ ଅଧିକ ଇଶ୍ଵରବିଶ୍ଵଶୀ ହୋଇଥାନ୍ତି । ଭଗବାନଙ୍କ ଉପରେ ଏମାନଙ୍କର ବିଶ୍ବାସ ଥିବା ହେତୁ ଏମାନେ ମାଟି ସହ ସବୁବେଳେ ଯୋଡି ହୋଇ ରହିଥାନ୍ତି ।
ଶୁକ୍ରବାର;- ଏହି ଶୁକ୍ରବାରକୁ ଜେଏନଏମ ହୋଇଥିବା ପିଲା ମାନଙ୍କ ହୃଦୟ ବହୁତ ସଫା ଓ ଖୋଲା ହୋଇଥାଏ । ତେଣୁ ଏମାନଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି ।
ଶନିବାର;- ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇଥାନ୍ତି । ସେମାନଙ୍କ ବୃତ୍ତି କୃଷି, ବ୍ୟବସାୟ ବା ଟେକନିକ ଲାଇନରେ ବିଶେଷ ଭାବେ ହୋଇଥାଏ । ଏମାନେ ସାମାନ୍ୟ ରାଗୀ ହେଲେ ମଧ୍ୟ ବହୁତ ଶୀଘ୍ର ଏମାନଙ୍କର ରାଗ ଥଣ୍ଡା ମଧ୍ୟ ହୋଇଯାଇଥାଏ ।
ରବିବାର;- ଏହି ବାରକୁ ଜନ୍ମ ହୋଇଥିବା ଲୋକମାନେ ବହୁତ ଆକ୍ଟିଭ ହୋଇଥାନ୍ତି । ସବୁ କାର୍ଯ୍ୟରେ ବହୁତ ଚଳଚଞ୍ଚଳ ଭାବେ କାମ କରିଦେଇଥାନ୍ତି । ଭାଗ୍ୟ ଅନେକ ସମୟରେ ଏମାନଙ୍କୁ ସାଥ୍ ଦେଇଥାଏ ।




