IBN ଓଡ଼ିଶା ବ୍ୟୁରୋ

ଜିଓ,ଏୟାରଟେଲ, ଭୋଡା ଓ ବିଏସଏନଏଲ ଗ୍ରାହକ ଧ୍ୟାନ ଦିଅନ୍ତୁ, ୧ ଅକ୍ଟୋବରରୁ ବଦଳି ଯିବ ମୋବାଇଲ ସିମ୍ କାର୍ଡର ଏହି ନିୟମ

ନୂଆଦିଲ୍ଲୀ ୩୦।୯: ଟେଲିକମ କମ୍ପାନୀଙ୍କ ଲାଗି ୧ ଅକ୍ଟୋବର ୨୦୨୪ରୁ କିଛି ଜରୁରି ନିୟମ ଲାଗୁ ହେବାକୁ ଯାଉଛି। ଏହି ନୂଆ ନିୟମରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ। ନୂଆ ନିୟମ ପ୍ରଭାବରେ ଟେଲିକମ ୟୁଜର ଏହା ଜାଣି ପାରିବେ ତାଙ୍କ ଅଞ୍ଚଳରେ ଟେଲିକମ କମ୍ପାନୀ କେଉଁ ସେବା ପ୍ରଦାନ କରୁଛନ୍ତି। ଭାରତ ସରକାରଙ୍କ ଦୂର ସଞ୍ଚାର ନିୟାମକ ଟ୍ରାଇ ଏହି ନୂଆ ନିୟମ ଲାଗୁ କରିଛନ୍ତି, ଫଳରେ ୟୁଜରଙ୍କୁ ତାଙ୍କ ଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ଉଲବ୍ଧ କରିପାରିବେ।

ନୂଆ ନିୟମ ଅନୁସାରେ ଟେଲିକମ କମ୍ପାନୀଙ୍କୁ ତାଙ୍କ ୱେବସାଇଟରେ ଏହି ସୂଚନା ଦେବାକୁ ପଡିବ। ଯାହାଦ୍ୱାରା ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହା ଛଡା ସ୍ପାମ କଲ ନିୟନ୍ତ୍ରଣ ଲାଗି ମଧ୍ୟ ନୂଆ ପଦକ୍ଷେପ ନିଆଯାଇଛି। ଆଗାମୀ ମାସରୁ ସ୍ପାମ କଲକୁ ନେଇ ନୂଆ ନିୟମ ଅନିବାର୍ଯ୍ୟ ହେବ। ଟେଲିକମ ୟୁଜରଙ୍କୁ ନିଜ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ଜାଣିବାକୁ ବେଶ୍ କଷ୍ଟ କରିବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମସ୍ୟା ରହିବନି।

ଏୟାରଟେଲ,ଜିଓ, ଭୋଡାଫୋନ, ବିଏସଏନଏଲ ସମେତ ସମସ୍ତ କମ୍ପାନୀଙ୍କ ଲାଗି ଏହି ନିୟମ ୧ ଅକ୍ଟୋବରରୁ ଅନିବାର୍ଯ୍ୟ କରିଦିଆଯାଇଛି। ଏହାର ସିଧା ଲାଭ ଏବେ ସାଧାରଣ ଉପଭୋକ୍ତା ପାଇ ପାରିବେ। ଟେଲିକମ କମ୍ପାନୀମାନେ ଅନେକ ଜରୁରି କଥା ଏ ପର୍ଯ୍ୟନ୍ତ ଗ୍ରାହକଙ୍କ ସହିତ ସେୟାର କରୁନଥିଲେ। ତେବେ ନୂଆ ନିୟମ ପ୍ରଭାବରେ ଏବେ ସବୁ କମ୍ପାନୀ ଗ୍ରାହକଙ୍କ ସମ୍ପର୍କିତ ବିସ୍ତୃତ ବିବରଣୀ ୱେବସାଇଟରେ ସାର୍ବଜନିକ କରିବେ।

ଏଥିରେ ସର୍ଭିସର କ୍ୱାଲିଟି ଓ ନେଟୱାର୍କ ଉପଲବ୍ଧତା ସମ୍ପର୍କରେ ସୂଚିତ କରିବା ଜରୁରି ହେବ। ଏହା ଦ୍ୱାରା ସାଧାରଣ ଉପଭୋକ୍ତା ନିଜ ହିସାବରେ ନେଟୱାର୍କ ବାଛି ପାରିବେ। କମ୍ପାନୀ ୱେବସାଇଟ ଭିଜିଟ କରି ଗ୍ରାହକ ଜାଣି ପାରିବେ ତାଙ୍କ ଅଞ୍ଚଳରେ ଟୁ-ଜି, ଥ୍ରୀ-ଜି, ଫୋର-ଜି ଅଥବା ୫-ଜି କେଉଁ ନେଟୱାର୍କ ଆସୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button