ରାଜ୍ୟ

ଦଶହରାକୁ ଫିକା କରିବ ଲଘୁଚାପ ବର୍ଷା !

ଭୁବନେଶ୍ୱର : ଭିଜିବ ଏସନ ପୂଜା। ପାଣିପାଗ ବିଭାଗ କରିଛି ଏପରି ପୂର୍ବାନୁମାନ। ସୂଚନା ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହାଦ୍ୱାରା ସମ୍ଭବତଃ ଦୁର୍ଗା ପୂଜା ସମୟରେ କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ବର୍ଷାର ମାତ୍ରା ଓ ପରିଧି ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ।

ବର୍ତ୍ତମାନ କେବଳ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ଯଦି ଏହି ଲଘୁଚାପ ଅଧିକ ଘନୀଭୂତ ହୁଏ କିମ୍ବା ଓଡ଼ିଶା ଉପକୂଳକୁ ଆସେ ତେବେ ବର୍ଷା ଦଶହରାକୁ ଫିକା କରିଦେବାର ଆଶଙ୍କା ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଉଥିବା ସାପ୍ତାହିକ ବିସ୍ତାରିତ ପରିସର ଆକଳନ ଅନୁସାରେ ଆସନ୍ତା ୬ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବର୍ଷାକୁ ନେଇ ଆଶ୍ୱସ୍ତି ଖବର ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୨ ଦିନ (ଅକ୍ଟୋବର) ୧୦ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବ। ଦିନର ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଓଡ଼ିଶାରେ କିଛି ଅଧିକ ବର୍ଷା (ସମୁଦାୟ ୪୫ ମିମି) ହେବ। ଅକ୍ଟୋବର ୨ରେ ପଶ୍ଚିମବଙ୍ଗ ଉତ୍ତରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାଫଳରେ ପରବର୍ତ୍ତୀ ତିନି ଦିନରେ ବାଂଲାଦେଶ ଓ ଉତ୍ତର-ପୂର୍ବ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୬ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ମୁହାଁଇ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରରେ ବର୍ଷା କରାଇବ।

ପୁଣି ଅକ୍ଟୋବର ୬ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପୂର୍ବ ଆଣ୍ଡାମାନ ସାଗରରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ତେବେ ଏହା ବିଶେଷ ଘନୀଭୂତ ହେବ ନାହିଁ ବୋଲି ପ୍ରଫେସର ପଶୁପାଳକ ଆଶ୍ବାସନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button