IBN ଓଡ଼ିଶା ବ୍ୟୁରୋ

ଏହି ଲୋକଙ୍କୁ ଅଧିକ ଡେଙ୍ଗୁ ବିପଦ ! ଜାଣନ୍ତୁ ଏଥିରୁ ବର୍ତ୍ତିବେ କେମିତି ?

ନୂଆଦିଲ୍ଲୀ ୦୪।୦୯: ଡେଙ୍ଗୁ ଏକ ଭାଇରାଲ୍ ସଂକ୍ରମଣ। ଏହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ବର୍ଷା ଋତୁ ଚାଲିଛି । ଏହି କାରଣରୁ ବଢିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ ଏହା ବଢିବାରେ ଲାଗୁଛି । ଖାସ୍ କରି ଛୋଟ ପିଲାମାନଙ୍କୁ ରହିଆଏ ଡେଙ୍ଗୁରୁ ଅଧିକ ବିପଦରେ ।

 

ଏହାବ୍ୟତୀତ ଦ୍ୱିତୀୟ ଥର ପାଇଁ ଯେଉଁ ଲୋକଙ୍କୁ ଡେଙ୍ଗୁ ହେଉଛି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ।

ଡେଙ୍ଗୁ କାରଣରୁ ଶରୀରରେ ଅନେକ ଲକ୍ଷଣ ଦେଖିବାକୁ ମିଳେ । ଯେପରିକି ଜ୍ୱର, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ଦୁର୍ବଳତା, ବାନ୍ତି ଏବଂ ନାକ କିମ୍ବା ଦାନ୍ତ ମାଢିରୁ ରକ୍ତସ୍ରାବ ହୋଇଥାଏ ।

 

ଡେଙ୍ଗୁ ହେଲେ ବହୁତ ଜ୍ୱର ହୁଏ । ଯେଉଁ କାରଣରୁ ଶରୀରରେ ବହୁତ ଯନ୍ତ୍ରଣା ହୋଇଥାଏ । ଏହାବ୍ୟତୀତ ପ୍ଲେଟଲେଟ୍ ବହୁତ କମ୍ ହୋଇପାରେ ଏବଂ ଡେଙ୍ଗୁର ଗମ୍ଭୀର ମାମଲାରେ ଲିଭର, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିପାରନ୍ତି ।

 

ଡେଙ୍ଗୁକୁ ଏଡାଇବା ପାଇଁ କବାଟ ଏବଂ ଝରକା ବନ୍ଦ ରଖନ୍ତୁ । ଘୋଡି ହେବା ଭଳି ପୋଷାକ ପିନ୍ଧିବା ଉଚିତ୍ । ଏହାବ୍ୟତୀତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ଏବଂ କୁଣ୍ଡ, ଟାୟାର, କୁଲର୍ ଇତ୍ୟାଦିରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।

 

ଡେଙ୍ଗୁକୁ ଏଡାଇବା ପାଇଁ ଖାଦ୍ୟରେ ଭିଟାମିନ୍ ସି ଭରପୂର ଫଳ ଏବଂ ପନିପରିବା ସାମିଲ କରିବା ଉଚିତ୍ । କମଳା, ଧନିଆ ପତ୍ର, ଅମତଭଣ୍ଡା, ପିଜୁଲି, କ୍ୟାପ୍ସିକମ୍, ବ୍ରୋକୋଲି, ପାଳଙ୍ଗ ଏବଂ ଟମାଟୋ ଖାଇବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button