IBN ଓଡ଼ିଶା ବ୍ୟୁରୋ

ଗଣ୍ଠିବାତ ସମସ୍ୟା ଭୋଗୁଛନ୍ତି କି? ନିୟମିତ ସେବନ କରନ୍ତୁ ଏହି ୩ଟି ଜିନିଷ, ମାସକରେ ହୋଇଯିବେ ଫିଟ୍‌

ବୟସ ବଢ଼ିବା ସହ ଆଣ୍ଠୁରସ କମିବାରେ ଲାଗିଥାଏ। କିନ୍ତୁ ଆଜିକାଲି କମ୍‌ ବୟସର ମହିଳାଙ୍କଠାରେ ମଧ୍ୟ ଗଣ୍ଠିିବାତ ଭଳି ସମସ୍ୟା ଦେଖିବାକୁ ମିଳୁଛି। ଆଣ୍ଠୁ ରସ କମିବା ଦ୍ୱାରା ଚଲାବୁଲା କରିବା, ଉଠିବା ବସିବା, ସିଡ଼ି ଚଢ଼ିବା ଆଦିରେ କଷ୍ଟ ଅନୁଭୂତ ହୋଇଥାଏ। ଆପଣ ମଧ୍ୟ ଯଦି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର ସହଜ କହିବାକୁ ଯାଉଛୁ। ନିୟମିତ ଭାବେ କେବଳ ୩ଟି ଜିନିଷ ଖାଇବା ଦ୍ୱାରା ଆପଣ ମାସେ ଭିତରେ ହାଡ଼ରସ ବୃଦ୍ଧି କରିପାରିବେ। ଆସନ୍ତୁ ଜାଣିବା କ’ଣ ତାହା…

୧. ଅଖରୋଟ୍‌:

ଆଣ୍ଠୁରସ ବୃଦ୍ଧି କରିବାରେ ଅଖରୋଟ୍‌ ସାହାଯ୍ୟ କରିଥାଏ। ପ୍ରତିଦିନ ଦୁଇଟି ଅଖରୋଟ୍‌ ଖାଇବା ଦ୍ୱାରା ମାସକ ମଧ୍ୟରେ ଆଣ୍ଠୁ ରସର ପରିମାଣ ବୃଦ୍ଧି ପାଇବ। ଅଖରୋଟ୍‌ରେ ପ୍ରୋଟିନ୍‌, ଫ୍ୟାଟ୍‌, କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌ ଇ, ବି-୬, କ୍ୟାଲସିୟମ୍‌ ଏବଂ ମିନେରାଲ ଭରପୂର ମାତ୍ରାରେ ମହଜୁଦ୍‌ ଥାଏ। ଏଥିସହ ଅଖରୋଟ୍‌ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଓମେଗା-୩ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି, ଯାହା ଓମେଗା-୩ ଶରୀରର ଫୁଲା ଦୂର କରିଥାଏ।

୨.ଗଙ୍ଗଶିଉଳି ପତ୍ର:

ଗଙ୍ଗଶିଉଳି ଏକ ଉପକାରୀ ଗଛ। ଏହାର ପତ୍ର, ଫୁଲ ଓ ଛାଲିରେ ଅନେକ ଔଷଧୀୟ ଗୁଣ ରହିଛି। ଗଙ୍ଗଶିଉଳି ପତ୍ର ଆଣ୍ଠୁଗଣ୍ଠି ବାତ ଦୂର କରିବା ସହ ଆଣ୍ଠୁ ରସ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାର ପତ୍ରରେ ଟେନିକ ଏସିଡ, ମୈଥିଲ ସିଲ୍‌ସିଲେଟ୍‌ ଏବଂ ଗ୍ଲୁକୋସାଇଡ୍‌ ଭଳି ଔଷଧୀୟ ତତ୍ତ୍ୱ ରହିଛି। ଆଣ୍ଠୁ ରସ ବଢ଼ାଇବା ପାଇଁ ୩ଟି ଗଙ୍ଗଶିଉଳି ପତ୍ରକୁ ବାଟି ଏକ ୧ଗ୍ଲାସ୍‌ ପାଣିରେ ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ପାଣି ଏକ-ଚତୁର୍ଥାଂଶ ହୋଇଗଲେ ଏହାକୁ ଛାଣି ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ଏହି ଔଷଧୀୟ ପାଣିକୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଆଣ୍ଠୁ ସମସ୍ୟା ଦୂର ହୋଇଥାଏ।

୩.ପଇଡ଼ ପାଣି:

ଖାଲି ପେଟରେ ପଇଡ଼ ପାଣି ପିଇବା ଦ୍ୱାରା ଆଣ୍ଠୁରେ କୌଣସି ସମସ୍ୟା ରହିନଥାଏ। ମାସେ ପଇଡ଼ ପାଣି ପିଅନ୍ତୁ, ଦେଖିବେ ଆଣ୍ଠୁରେ ପୂର୍ବାପେକ୍ଷା କମ୍‌ ଯନ୍ତ୍ରଣା ଅନୁଭବ ହେବ। ପଇଡ଼ ପାଣିରେ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍‌, ମିନେରାଲ ସହ ମେଗ୍ରୀଜ୍‌ ଭଳି ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏଥିସହ ଆପଣ ପ୍ରତିଦିନ ଆଣ୍ଠୁରେ ନଡ଼ିଆ ତେଲ ମଧ୍ୟ ଘସି ପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button