IBN ଓଡ଼ିଶା ବ୍ୟୁରୋ

ଜଣା ଅଜଣାରେ ଆପଣ କରୁଛନ୍ତି କି ଖାଦ୍ୟର ଅନାଦାର, ତେବେ ହୁଅନ୍ତୁ ସାବଧାନ ନଚେତ ଭୋଗିବାକୁ ପଡ଼ିବ ଏହି ବଡ଼ ଦଣ୍ଡ…

ଜୀବନ ଧରଣ ପାଇଁ ସମସ୍ତଙ୍କୁ ଖାଦ୍ୟ, ପାନୀୟ ଏବଂ ଶ୍ଵାସକ୍ରିୟାର ନିତାନ୍ତ ଆବଶ୍ୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ। ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମକୁ ପୋଷଣ ଦେଇଥାଏ।

ହେଲେ ଅନେକ ଲୋକ ଜାଣତରେ କିମ୍ବା ଅଜାଣତରେ ଖାଦ୍ୟର ଅପମାନ କରିଥାନ୍ତି। ଲୋଭରେ ଅଧିକ ଖାଦ୍ୟ ଆଣି ନଖାଇ ପାରି ବଳକା ଖାଦ୍ୟକୁ ଫୋପାଡ଼ି ଦେଇଥାନ୍ତି। ଆପଣ ଜାଣନ୍ତି କି ଖାଦ୍ୟ ନଷ୍ଟ କରିବା ଦ୍ୱାରା କଣ ହୋଇଥାଏ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅନ୍ନ ର ଅପମାନ କରିବା ଅର୍ଥାତ ଈଶ୍ଵରଙ୍କ ଅପମାନ କରିବା। ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ।

ବାସ୍ତୁ ଅନୁଯାୟୀ ଭୋଜନ କରିବାବେଳେ ନିୟମ :

ଭୋଜନ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ, କଥାବାର୍ତ୍ତା ଆଦି କରିବା ଉଚିତ ନୁହେଁ।
ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରୋଷେଇ ଘର ତିଆରି କରନ୍ତୁ ନାହିଁ।
ଘରକୁ ଆସୁଥିବା ଅତିଥିଙ୍କୁ ସର୍ବଦା ଦକ୍ଷିଣ ଓ ପଶ୍ଚିମ ଦିଗରେ ବସାଇ ଭୋଜନ କରାନ୍ତୁ।
ଡଷ୍ଟବିନକୁ ରୋଷେଇ ଘରେ ରଖନ୍ତୁ ନାହିଁ।
ରୋଷେଇ ଘର କାନ୍ଥର ରଙ୍ଗ ହଳଦିଆ, ନାରଙ୍ଗୀ ଆଦି ରଖନ୍ତୁ।
ଭୋଜନ ପ୍ରସ୍ତୁତ କରିବା ସମୟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ଉଚିତ।
ହାତ, ଗୋଡ, ମୁହଁ ଭଲ ଭାବେ ଧୋଇ ଭୋଜନ ଗ୍ରହଣ କରନ୍ତୁ। ଓଦା ଗୋଡରେ ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
ଭୋଜନ କରିବା ପରେ ସେହି ଥାଳିରେ ହାତ ଧୁଅନ୍ତୁ ନାହିଁ।
ଥାଳିରେ ବଳକା ଖାଦ୍ୟ ଛାଡନ୍ତୁ ନାହିଁ ।
ଚଟାଣରେ ବସି ଆସନ ପକାଇ ଭୋଜନ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ।
ଖଟରେ ବସି ଆଦୌ ଭୋଜନ କରନ୍ତୁ ନାହିଁ।
ପ୍ରତିଦିନ ଗାଈ, କୁକୁର , ପିମ୍ପୁଡି, ପକ୍ଷୀଙ୍କୁ କିଛି ଖାଦ୍ୟ ନିଶ୍ଚୟ ଦିଅନ୍ତୁ।
ଗାଈକୁ ପ୍ରତିଦିନ ଖାଦ୍ୟ ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button