ପଛୁଆ ଚାଲିବା ଦ୍ଵାରା ମିଳିଥାଏ କି କିଛି ଲାଭ?
ନିୟମିତ ବ୍ୟାୟାମ କରିବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ବ୍ୟାୟାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଚାଲିବା। ଆଜିକାଲି ଏହା ଏକ ଟ୍ରେଣ୍ଡ୍ରେ ପରିଣତ ମଧ୍ୟ ହୋଇଛି। ଏହି ବ୍ୟାୟାମ କରିବା ପାଇଁ ସେମିତି କୌଣସି ବିଶେଷ ସ୍ଥାନ କି କୌଣସି ପ୍ରକାର ଟଙ୍କା ଖର୍ଚ୍ଚର ଆବଶ୍ୟକତା ନାହିଁ। ଚାଲିବାର ଲାଭ ମଧ୍ୟ ଆପଣ ନିଶ୍ଚୟ ଜାଣିଥିବେ।
ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ ଆଉ ଚାଲୁଥିବେ ମଧ୍ୟ। କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ପଛୁଆ ଚାଲିବାର ଆହୁରି ଅନେକ ଚମତ୍କାର ଲାଭ ମଧ୍ୟ ଅଛି।
ଗୋଡ ହୁଏ ମଜଭୁତ :
ପଛୁଆ ଚାଲିବା ଦ୍ୱାରା ଶରୀର ଏବଂ ମନରେ ଉନ୍ନତି ଆସିବା ସହିତ ଏହା ମାଂସପେଶୀକୁ ମଜବୁତ କରେ ଏବଂ ମନକୁ ବିଭିନ୍ନ ଉପାୟରେ ସ୍ଥିର କରେ। ପଛୁଆ ଚାଲିବା ଦ୍ୱାରା ଗୋଡର ସହନଶକ୍ତି ଏବଂ ଏରୋବିକ୍ କ୍ଷମତା ମଧ୍ୟ ବଢିଯାଏ।
ହାଡ ରହେ ମଜବୁତ :
ପଛୁଆ ଚାଲିବା ଦ୍ୱାରା ଗୋଡ ମାଂସପେଶୀର ଶକ୍ତି ବୃଦ୍ଧିପାଏ। ଏହା ଆଣ୍ଠୁଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସନ୍ତୁଳନରେ ଉନ୍ନତି ଆଣେ ଏବଂ କ୍ୟାଲୋରୀକୁ ମଧ୍ୟ ହ୍ରାସ କରେ। ଶରୀରର ଓଜନ ନିୟନ୍ତ୍ରଣ କରିବାରେ ପଛୁଆ ଚାଲି ଅତ୍ୟନ୍ତ ପ୍ରଭାବଶାଳୀ। ଏହା ମଧ୍ୟ ହାଡକୁ ମଜବୁତ କରେ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରେ।
ଉର୍ଜା ବୃଦ୍ଧି ହୁଏ :
ପଛୁଆ ଚାଲି ଆମ ଶରୀରର ଉର୍ଜା ସ୍ତରକୁ ବଢାଇଥାଏ। ଏହା କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୁଏ। ଯେଉଁମାନଙ୍କର ଶୋଇବାରେ ସମସ୍ୟା ହୁଏ, ସେମାନେ ପଛୁଆ ଚାଲିବା ଦ୍ୱାରା ଅନେକ ଲାଭ ପାଇପାରିବେ।
ଶରୀର-ମନର ମଧ୍ୟରେ ସମନ୍ୱୟ ରହେ :
ପଛୁଆ ଚାଲି ସାମଗ୍ରିକ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ଏହି ଅଭ୍ୟାସ ଚିନ୍ତା କରିବାର କ୍ଷମତାଙ୍କୁ ତୀକ୍ଷ୍ଣ କରିଥାଏ ଏବଂ ଜ୍ଞାନର ଶକ୍ତିକୁ ବୃଦ୍ଧି କରେ। ଏହା ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଆମର ଇନ୍ଦ୍ରିୟଗୁଡ଼ିକୁ ସକ୍ରିୟ କରିଥାଏ ଏବଂ ଶରୀର ଏବଂ ମନର ସମନ୍ୱୟରେ ଉନ୍ନତି ଆଣେ।
ହୃଦ୍ରୋଗର ସମସ୍ୟାକୁ ଦୂର କରେ :
ଆଗୁଆ ଦୌଡ଼ିବା ଅପେକ୍ଷା ପଛୁଆ ଦୌଡିଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିଥାଏ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପଛୁଆ ଚାଲିବା ଏବଂ ଦୌଡିବା ଦ୍ୱାରା ହୃଦ୍ରୋଗର ସମସ୍ୟାକୁ ଦୂର କରେ। ଏହା ମଧ୍ୟ ଶରୀରର ଗଠନକୁ ପରିବର୍ତ୍ତନ କରେ।