IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ୍‌ ରୋଗୀ ଭୁଲ୍‌ରେ ବି କରନ୍ତୁନି ଏସବୁ ଭୁଲ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ

ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଭାରତରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାଇବେଟିସ୍‌ ବା ମଧୁମେହ ରୋଗ ହେଲେ ଶରୀରରେ ଶର୍କରାର ପରିମାଣ ବଢ଼ିଯାଏ। ଯଦି ବାରମ୍ବାର ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମ୍‌ ବେଶୀ ହେଉଥାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଡାଇବେଟିସ୍‌ ରୋଗୀଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ମାତ୍ର ବେଳେବେଳେ ଆମେ କିଛି ଏମିତି ଭୁଲ କରିଦେଉ ଯାହା ଫଳରେ ରୋଗ କମିବା ବଦଳରେ ବଢ଼ିଯାଏ। ଆସନ୍ତୁ ଜାଣିବା ଡାଇବେଟିସ୍‌ ରୋଗୀ କେଉଁ କାମ ଆଦୌ କରିବା ଉଚିତ୍‌ ନୁହେଁ…

ନିଦ ସମ୍ପୂର୍ଣ୍ଣ ନ କରିବା:

 

ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଶୋଇବା ଓ ଉଠିବା ସମୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଯଦି ରାତିରେ ବିଛଣାକୁ ଯିବା ସମୟକୁ ଏକ ରୁଟିନ୍‌ରେ ପରିଣତ କରିବେ ତେବେ ରୋଗରୁ ସହଜରେ ମୁକ୍ତି ପାଇପାରିବେ।

ବ୍ରେକ୍‌ଫାଷ୍ଟ ଛାଡ଼ିବା:

 

କାମ ଯୋଗୁ କିଛି ଲୋକ ଅଧିକାଂଶ ସମୟ ସକାଳେ ବ୍ରେକ୍‌ଫାଷ୍ଟ କରିବାକୁ ସମୟ ପାଇନଥାନ୍ତି। ଫଳରେ ସକାଳେ ଅଧିକ ସମୟ ଖାଲିପେଟରେ ରହିଥାନ୍ତି। ଯଦି ଆପଣ ବି ଏମିତି କରୁଛନ୍ତି ତେବେ ନିଜେ ନିଜ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି। ମଧୁମେହ ରୋଗୀଙ୍କୁ ଅଧିକ ସମୟ ଖାଲିପେଟରେ ରହିବା ଅନୁଚିତ।

ଏକ୍ସରସାଇଜ୍‌ କରିବା:

 

ଫିଟ୍‌ ରହିବା ପାଇଁ ଯୋଗ, ପ୍ରାଣାୟାମ, ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ଏହା ଦ୍ୱାରା ଶରୀରର ବାହାର ଓ ଭିତର ସୁସ୍ଥ ରହିଥାଏ। ଏଣୁ ଡାଇବେଟିସ୍‌ ରୋଗୀ ଏକ୍ସରସାଇଜ୍‌ କରିବାକୁ କେବେ ବି ଭୁଲନ୍ତୁ ନାହିଁ।

ଫାଷ୍ଟଫୁଡ୍‌ ସେବନ:

 

ବ୍ୟସ୍ତବହୁଳ ଜୀବନ ଯୋଗୁ ଅଧିକାଂଶ ଲୋକ ସାଧାରଣ ଖାଦ୍ୟ ଖାଇବା ଅପେକ୍ଷା ଫାଷ୍ଟଫୁଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଜଙ୍କଫୁଡ୍‌ ଆମ ଶରୀର ପାଇଁ ଖୁବ୍‌ କ୍ଷତିକାରକ। ଏଥିରେ ଅଧିକ ପରିମାଣରେ ଲୁଣ ଓ ଚିନି ରହୁଛି। ଏଣୁ ଏସବୁ ଖାଦ୍ୟ ଠାରୁ ଡାଇବେଟିସ୍‌ ରୋଗୀ ଦୂରରେ ରହିବା ଉଚିତ।

ନିୟମିତ ଚେକ୍‌ଅପ୍‌ କରିବା:

Image result for check up

ଡାଇବେଟିସ୍‌ ରୋଗୀ ନିୟମିତ ଚେକ୍‌ଅପ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ସମୟ ସମୟ ବ୍ୟବଧାନରେ ବ୍ଲଡ୍‌ ଟେଷ୍ଟ କରିବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେ ବଢ଼ିଲା ତାହା ଜାଣିପାରିବେ। ସେହି ଅନୁସାରେ ଆପଣ ନିଜ ଖାଇବା ପିଇବା ଉପରେ ଧ୍ୟାନ ଦେଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button