IBN ଓଡ଼ିଶା ବ୍ୟୁରୋ

ପିଠି-ଅଣ୍ଟା ଯନ୍ତ୍ରଣା ଅସହ୍ୟ ହୋଇଗଲାଣି କି? ତେବେ କରନ୍ତୁ ଏହି ଉପାୟ..

ପିଠି କିମ୍ବା ଅଣ୍ଟା ଯନ୍ତ୍ରଣା ଆରମ୍ଭ ହେଲେ ସାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ । କାରଣ ସାରାଦିନ ବସିବା, ଉଠିବା, ନଇଁବା ଆଦି ବିଭିନ୍ନ କାମ କରିବା କଷ୍ଟକର ହୋଇପଡେ । ଆଗକାଳରେ ଏକ ନିର୍ଦ୍ଧିଷ୍ଟ ବୟସ ପରେ ଅଣ୍ଟା, ପିଠି ଯନ୍ତ୍ରଣା ହେଉଥିଲା । କିନ୍ତୁ ବର୍ତ୍ତମାନ ର ଜୀବନଶୈଳୀ ଯୋଗୁ ପ୍ରାୟ ୮୦ ପ୍ରତିଶତ ଲୋକ କମ ବୟସରେ ହିଁ ଏହି ଯନ୍ତ୍ରଣା ଶିକାର ହେଉଛନ୍ତି।

ଏହି ସ୍ଥିତିରେ ପ୍ରାୟ ଲୋକ ପେନ୍ କିଲର୍ ଖାଇ ଯନ୍ତ୍ରଣାକୁ ତୁରନ୍ତ କମ୍ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ପେନ୍ କିଲର୍ ଖାଇବା ର କିଛିଦିନ ପରେ ପୁଣି ଯନ୍ତ୍ରଣା ଅନୁଭବ ହୋଇଥାଏ।

ତେଣୁ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ୧୦ ରୁ ୧୫ ମିନିଟ୍ ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ଫିଟ୍ ରହିବା ସହ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା ପିଠି ଏବଂ ଅଣ୍ଟା ଯନ୍ତ୍ରଣା ପାଇଁ କେତେକ ବ୍ୟାୟାମ ବିଷୟରେ..

କ୍ୟାଟ୍ ଷ୍ଟ୍ରେଚ୍ :

ଏହି ଷ୍ଟ୍ରେଚ୍ କରିବା ଦ୍ୱାରା ପିଠିପଟେ ଟାଣି ହେବା ପରି ଅନୁଭବ ହୋଇଥାଏ । ଯାହାଦ୍ୱାରା ପିଠିପଟ ମଜଭୁତ ହେବା ସହ ମାଂସପେଶୀକୁ ସ୍ୱାଭାବିକ୍ କରିବାରେ ସହଯୋଗ ମିଳିଥାଏ । ଏହା ମେରୁଦଣ୍ଡର ନମନୀୟତା ବଢାଏ । ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ବିଲେଇ ପରି ହାତ ଓ ପାଦରେ ଭାର ଦେଇ ବସିପଡନ୍ତୁ। ଏବେ ବିଲେଇ ପରି ନିଜ ଅଣ୍ଟା ବା ପେଟ ନିମ୍ନ ଭାଗ ଆଡକୁ ନେବା ସହ ଲୋୟର ବ୍ୟାକ୍ ଅଂଶକୁ ଓଟ ପରି ଉପର ଆଡକୁ ନିଅନ୍ତୁ। ଏହି କ୍ୟାଟ୍-କ୍ୟାମେଲ ପ୍ରକ୍ରିୟାକୁ ବାରମ୍ବାର ପୁନରାବୃତ୍ତି କରନ୍ତୁ।

ଲୋୟର ବ୍ୟାକ୍ ରୋଟେସନାଲ୍ ଷ୍ଟ୍ରେଚ୍ :

ଏହି ବ୍ୟାୟାମ ମେରୁଦଣ୍ଡକୁ ସପୋର୍ଟ ଦେଇଥାଏ ଏବଂ ମାଂସପେଶୀକୁ ରିଲାକ୍ସ କରିଥାଏ । ଏଥିପାଇଁ ଯୋଗମ୍ୟାଟ୍ ଉପରେ ଶୋଇପଡି ଦୁଇ ହାତକୁ ସଂପ୍ରସାରିତ କରିଦିଅନ୍ତୁ । ଗୋଟିଏ ଗୋଡ ଉଠାଇ ୯୦ ଡିଗ୍ରୀର କୋଣ କରି ଅନ୍ୟ ଗୋଡ ଉପରେ ରଖନ୍ତୁ । କିଛି ସମୟ ପରେ ଅନ୍ୟ ଗୋଡକୁ ଏହି ମୁଦ୍ରାରେ ରଖନ୍ତୁ । ଏହି ପ୍ରକ୍ରିୟାକୁ ୧୦ରୁ ୧୨ ଥର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button