ଦୀପାବଳିିରେ ଗର୍ଭବତୀ ମହିଳାମାନେ ଏମିତି ନିଅନ୍ତୁ ନିଜ ଯତ୍ନ, ଗର୍ଭସ୍ଥ ଶିଶୁ ରହିବ ସୁରକ୍ଷିତ

ଆଲୋକର ପର୍ବ ଦୀପାବଳି ପାଇଁ ସହରଠୁ ଗାଁ ଯାଏଁ ସବୁଆଡ଼ ଉତ୍ସବ ମୁଖରିତ ହୋଇପଡ଼ିଛି। ବର୍ଷକକୁ ଥରଟିଏ ପଡ଼ୁଥିବା ଏହି ଉତ୍ସବ ପାଇଁ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ। ଦୀପାବଳିର ଉତ୍ସାହ ଉଦ୍ଦୀପନାରେ ଲୋକମାନେ ବେଳେ ବେଳେ ଏତେ ମାତ୍ରାରେ ମାତି ଯାଇଥାନ୍ତି ଯେ ନିଜ ଆଖପାଖର ଲୋକଙ୍କ କଥା ଚିନ୍ତା କରିବାକୁ ସେମାନଙ୍କ ପାଖେ ସମୟ ନଥାଏ। ଏଭଳି ସ୍ଥିତିରେ ପଡ଼ୋଶୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବାଣର ଧୂଆଁ ଓ ଶବ୍ଦର ପ୍ରଭାବ ହୃଦରୋଗୀଙ୍କ ସମେତ ଗର୍ଭବତୀଙ୍କ ଉପରେ ମଧ୍ୟ ପଡ଼ିଥାଏ। ଫଳରେ ଗର୍ଭସ୍ଥ ଶିଶୁ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ଦୀପାବଳିରେ ଗର୍ଭବତୀମାନେ କିପରି ନିଜ ଯତ୍ନ ନେବା ଉଚିତ୍…

ପୋଷାକକୁ ନେଇ ରୁହନ୍ତୁ ସାବଧାନ:
ଦୀପାବଳିରେ ପ୍ରାୟ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଥାନ୍ତି। ଏଭଳି ସ୍ଥିତିିରେ ଯଦି ଆପଣ ମା’ ହେବାକୁ ଯାଉଛନ୍ତି, ତେବେ ସିଲ୍କ ବା ସିନ୍ଥେଟିକ୍ ଶାଢ଼ି ପିନ୍ଧିବା ଅପେକ୍ଷା କଟନ୍ର କିଛି ଏଭଳି ଡ୍ରେସ୍ ପିନ୍ଧନ୍ତୁ ଯେଉଁଥିରେ ଆପଣଙ୍କୁ ଆରାମ ଲାଗୁଥିବ।
ବାଣଠାରୁ ଦୂରେଇ ରୁହନ୍ତୁ:

ଗର୍ଭବତୀ ମହିଳାମାନେ ବାଣ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ। ବାଣରୁ ନିର୍ଗତ ଧୂଅାଁ ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ। ଏଥିସହ ବାଣର ଶବ୍ଦ ମଧ୍ୟ ଶିଶୁ ପାଇଁ ବିପଦଜନକ ହୋଇପାରେ। ଏଣୁ ବାଣ ଫୁଟୁଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
ଖାଦ୍ୟପେୟ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ:
ପର୍ବପର୍ବାଣୀ ବେଳେ ଆମେ ପ୍ରାୟତଃ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଇନଥାଉ। ମାତ୍ର ଗର୍ଭବତୀ ଥିଲେ ଖାଦ୍ୟ ଉପରେ ନିହାତି ଗୁରୁତ୍ୱ ଦିଅନ୍ତୁ। ତେଲଛଣା, ଅଧିକ ମିଠା କିମ୍ବା ବାହାରର ଖାଦ୍ୟ ଗ୍ରହଣ ନ କରି ମହିଳାମାନେ ସାଧାରଣ ଘରୋଇ ଖାଦ୍ୟ କିମ୍ବା ଫଳ ଆହାର ଗ୍ରହଣ କରନ୍ତୁ।
କୋଲ୍ଡ ଡ୍ରିଙ୍କ୍ସ ପାନରୁ ବିରତ ରୁହନ୍ତୁ:
ଦୀପାବଳିରେ ଘରକୁ ଅତିଥି ଆସିବା ଏକ ସାଧାରଣ କଥା। ଏଣୁ କୋଲ୍ଡ ଡ୍ରିଙ୍କ୍ସ ତଥା ଅନ୍ୟ ମୃଦୁପାନୀୟ ପିଇବା ଲାଗି ଆୟୋଜନ କରାଯାଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହି ପାନୀୟ ସେବନ କ୍ଷତିକାରକ ହୋଇପାରେ। କୋଲ୍ଡ ଡ୍ରିଙ୍କ ବଦଳରେ ଆପଣ ଫଳ ରସ ପିଇପାରିବେ।
ପ୍ରଚୁର ପାଣି ପିଅନ୍ତୁ:

ପ୍ରଦୂଷିତ ବାତାବରଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରଚୁର ପାଣି ପିଅନ୍ତୁ। କେବଳ ଗର୍ଭବତୀ ନୁହେଁ ଦୀପାବଳିର ଧୂଅାଁ ଓ ସ୍ୱାସ୍ଥ୍ୟ ଅନୁପଯୋଗୀ ପରିବେଶରୁ ଶରୀରକୁ ରକ୍ଷା କରିବାକୁ ପାଇଁ ସମସ୍ତେ ପାଣି ପିଇବା ଆବଶ୍ୟକ।




