IBN ଓଡ଼ିଶା ବ୍ୟୁରୋ

ଦୀପାବଳିରେ ବନ୍ଧୁବାନ୍ଧବଙ୍କୁ ଗିଫ୍ଟ କରନ୍ତୁ ଆପଣଙ୍କ ହାତ ତିଆରି ଫ୍ରୁଟ୍‌ ଆଣ୍ଡ ନଟ୍ସ କୁକିଜ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ମହିଳାମାନେ ସବୁବେଳେ ଖାଦ୍ୟକୁ ନେଇ କନ୍‌ଫ୍ୟୁଜ୍‌ ରହିଥାନ୍ତି। ଖାସ୍‌ କରି କୌଣସି ପର୍ବ ବା ଉତ୍ସବରେ କେଉଁ ଖାଦ୍ୟ ତିଆରି କରିବେ ତାହା ଭାବି ଭାବି ସେମାନେ ଅଧିକ ଟେନ୍‌ସନ୍‌ରେ ରହିଥାନ୍ତି। ଦୀପାବଳି ପାଇଁ ମଧ୍ୟ ସେମାନେ ଚିନ୍ତାରେ ଥିବେ। ଆପଣ ବି ଯଦି ଏଭଳି ଦ୍ୱିଧା ଦେଇ ଗତି କରୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଆଜି ଆପଣଙ୍କୁ ଏକ ସରଳ ଓ ସହଜ ଆଇଟମ୍‌ ଫ୍ରୁଟ୍‌ସ ଆଣ୍ଡ ନଟ୍ସ କୁକିଜ୍‌ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବନ୍ଧୁବାନ୍ଧବଙ୍କୁ ଗିଫ୍ଟ ଭାବେ ଦେବା ସହ ଘର ଲୋକଙ୍କୁ ମଧ୍ୟ ଖୁଆଇପାରିବେ।

ଆବଶ୍ୟକୀୟ ସାମଗ୍ରୀ:

ଆଇସିଂ ସୁଗାର-୨୦୦ ଗ୍ରାମ୍‌
ମଇଦା-୩୦୦ ଗ୍ରାମ୍‌
କଟା କାଜୁ-୩୦୦ଗ୍ରାମ୍‌
ବ୍ଲାକ କରେଣ୍ଟ-୫୦ ଗ୍ରାମ୍‌
କ୍ରିମ୍‌-୫୦ଗ୍ରାମ୍‌
ଘିଅ-୬୦୦ ଗ୍ରାମ୍‌
ଚିନି-୩୦୦ ଗ୍ରାମ୍‌
ଚେରୀ-୫୦ ଗ୍ରାମ୍‌
ଗ୍ଲୁକୋଜ୍‌-୫୦ ଗ୍ରାମ୍‌
ମହୁ-୧୦୦ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ:

  • ଏକ ପାତ୍ରରେ ଆଇସିଂ ସୁଗାର ଓ ମଇଦାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ବର୍ତ୍ତମାନ ଏଥିରେ ଘିଅ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏବେ ଏଥିରେ ପାଣି ପକାଇ ନରମ କରି ଚକଟି ଦିଅନ୍ତୁ।
  • ଓଭନ୍‌କୁ ୧୮୦ ଡିଗ୍ରୀରେ ପ୍ରି-ହିଟ୍‌ କରି ଏହି ଅଟାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖି ହାଫ ବେକ୍‌ କରନ୍ତୁ।
  • ଏହି ବେକ୍‌ ହୋଇଥିବା ଅଟାରେ ବଳକା ଘିଅ, କାଜୁ, ଚେରି, ବ୍ଲାକ କରେଣ୍ଟ, ଗ୍ଲୁକୋଜ୍‌, କ୍ରିମ୍‌ ଏବଂ ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ବର୍ତ୍ତମାନ ପ୍ଲାଷ୍ଟିକ୍‌ ସିଟ୍‌ରେ ଅଟାକୁ ଫ୍ଲାଟ୍‌ କରି ୨୨୦ ଡିଗ୍ରୀ ଓଭନ୍‌ରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ବେକ୍‌ କରନ୍ତୁ।
  • ଥଣ୍ଡା ହେବା ପରେ ନିଜ ମନ ପସନ୍ଦର ଆକାରର କାଟି ସର୍ଭ କରନ୍ତୁ ଫ୍ରୁଟ୍‌ ଆଣ୍ଡ ନଟ୍ସ କୁକିଜ୍‌।
  • ଦୀପାବଳିରେ ପ୍ରିୟଜନଙ୍କୁ ନିଜ ହାତ ତିଆରି କୁକିସ୍‌ ଗିଫ୍ଟ ଦେବା ସହ ନିଜେ ବି ଖାଆନ୍ତୁ ଏହି ହେଲ୍ଦି ଆଇଟମ୍‌।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button