ଦୁନିଆର ସବୁଠାରୁ ସୁନ୍ଦର ଗାର୍ଲ ଯାହାର ସାରା ବିଶ୍ଵ ଦିୱାନା କିନ୍ତୁ ବୟସ ମାତ୍ର ଚାରି ବର୍ଷ

ଆଜି ଆମେ ଆପଣଙ୍କୁ ଏକ ଏପରି ଝିଅ ବିଷୟରେ କହିବାକୁ ଯାଉଛୁ ଯାହାର ବୟସ ହେଉଛି ମାତ୍ର ଚାରି ବର୍ଷ । ଯାହାକୁ ଦୁନିଆର ସବୁଠାରୁ ସୁନ୍ଦର ଝିଅ ବୋଲି କୁହାଯାଉଛି । ଏହି ଛୋଟ ଝିଅର ନାମ ହେଉଛି ୟଲିନା ୟାକୁପୋବା । ଏହି ଝିଅଟି ବର୍ତ୍ତମାନ ମଡେଲିଂ କରୁଛି ଯାହାର ବହୁତ ଲୋକପ୍ରିୟତା ରହିଛି । ଏହି ଛୋଟଝିଅର ଇନଷ୍ଟାଗ୍ରାମରେ ପ୍ରାୟ ୨୨ ହଜାର ଫଲୋଅର୍ସ ରହିଛନ୍ତି । ସବୁଠାରୁ ଖାସ କଥା ଏହା ଯେ ୟଲିନାଙ୍କ ଫ୍ୟାନ୍ସ ତାଙ୍କୁ ‘cutest little girl in the world’ କହିଥାନ୍ତି ।
ୟଲିନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ତାଙ୍କର ସୁନ୍ଦର ସୁନ୍ଦର ଫଟୋରେ ଭରି ରହିଛି । ତାଙ୍କର ପ୍ରତି ଫଟୋରେ ହଜାର ହଜାର ଲାଇକ ମିଳିଥାଏ । ତାଙ୍କର ଫ୍ୟାନ କେବଳ ରୁଷରେ ନୁହେଁ ବରଂ ଆମେରିକା, ବ୍ରିଟେନ, ଜର୍ମାନୀ ସମେତ ସାରା ଦୁନିଆରେ ରହିଛନ୍ତି । ୟଲିନାଙ୍କ ଫଲୋଅର୍ସ ତାଙ୍କ ଫଟୋକୁ କେବଳ ଲାଇକ କରନ୍ତି ନାହିଁ ବରଂ ତାଙ୍କୁ ବହୁତ ସ୍ନେହରେ ଅନେକ କମେଣ୍ଟ ମଧ୍ୟ ଦେଇଥାନ୍ତି ।
ୟଲିନାଙ୍କ ମ୍ୟାନେଜର ରୋମନ କୁଖରଙ୍କ ମତରେ ଗତ କିଛି ଦିନ ମଧ୍ୟରେ ୟଲିନାଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଛି । ସେ ନିଜର କାମକୁ ନେଇ ବହୁତ ସମ୍ବେଦନଶୀଳ ଅଟନ୍ତି ଏବଂ ସେ ଏତେ କମ ବୟସରୁ ମଧ୍ୟ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଏକ ଭଲ ପରିଚୟ ହାସିଲ କରିପାରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ କାମ କରିବାର ତରିକା ମଧ୍ୟ ବହୁତ ପ୍ରଫେସନାଲ ଅଟେ ।



