IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ରାଶିର ଝିଅମାନେ ପ୍ରେମରେ କେବେ ବି ଦିଅନ୍ତିନି ଧୋକା, ସାରା ଜୀବନ ରହିଥାନ୍ତି ସାଥୀରେ

ଆଜିକାଲିର ଦୁନିଆରେ ସତ ପ୍ରେମ ମିଳିବା ଖୁବ୍‌ କଷ୍ଟକର। କିନ୍ତୁ ଏବେ ବି ଅନେକ ଝିଅ ଅଛନ୍ତି ଯେଉଁମାନେ ହୃହୟରୁ କାହାକୁ ଭଲ ପାଇଥିଲେ ଜୀବନସାରା ସେହି ସମ୍ପର୍କକୁ ମଜଭୁତ ରଖିଥାନ୍ତି। କୁହାଯାଏ ଯେ, ୧୦୦ରୁ ୭୨ ପ୍ରତିଶତ ମହିଳା ପ୍ରେମରେ ଧୋକା ଦେଇଥାନ୍ତି। ଅନ୍ୟପଟେ କେତେକ ଝିଅ ଆଜି ବି କାହାକୁ ପ୍ରେମ କରୁଥିଲେ ଯେତେ ବିପଦ ଆସିଲେ ମଧ୍ୟ ତାଙ୍କ ହାତ ଛାଡ଼ିନଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଏହି ରାଶିର ଝିଅମାନେ ପ୍ରେମରେ କେବେ ବି ଧୋକା ଦେଇନଥାନ୍ତି…

 

ମେଷ:

ମେଷ ରାଶିର ଝିଅମାନେ ଅଧିକ ଆକର୍ଷକ ହୋଇଥାନ୍ତି। ସବୁ ପୁଅ ଏହି ରାଶିର ଝିଅଙ୍କୁ ପ୍ରେମିକା କରିବାକୁ ଚାହିଁଥାନ୍ତି। କିନ୍ତୁ ଏମାନେ ଜଣଙ୍କୁ ହିଁ ନିଜ ହୃଦୟ ଦେଇଥାନ୍ତି। ଏମାନେ ପ୍ରେମକୁ ନେଇ କେବେ ମଧ୍ୟ ଦ୍ୱିମତ ନଥାନ୍ତି। ଏଣୁ ସମସ୍ତ ରାଶି ମଧ୍ୟରୁ ମେଷ ରାଶିର ଝିଅଙ୍କୁ ଅଧିକ ନିଷ୍ଠାପର କୁହାଯାଏ। ଏମାନେ ନିଜ ପାର୍ଟନର ଛଡ଼ା ଆଉ କାହାକୁ ଗୁରୁତ୍ୱ ଦେଇନଥାନ୍ତି।

ବୃଷ:

ବୃଷ ରାଶିର ଝିଅମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ସବୁ ସମ୍ପର୍କ ଭଳି ପ୍ରେମ ସମ୍ପର୍କରେ ମଧ୍ୟ ଉତ୍ତମ ବୁଝାମଣା ରକ୍ଷା କରିଥାନ୍ତି। ଏଣୁ ବୃଷ ରାଶିର ଝିଅଙ୍କ ସମ୍ପର୍କରେ ବାଦବିବାଦ ପ୍ରାୟ ଦେଖାଦେଇନଥାଏ। ଏମାନେ ନିଜ ପାର୍ଟନରଙ୍କ ଛଡ଼ା ଅନ୍ୟ କାହା ପ୍ରତି ଆକର୍ଷିତ ହୋଇନଥାନ୍ତି।

ମକର:

ମକର ରାଶିର ଝିଅମାନେ ସବୁ ସମ୍ପର୍କକୁ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବାକୁ ଚାହିଁଥାନ୍ତି। ଏମାନେ ନିଜ ପ୍ରେମକୁ ଖୁବ୍‌ ଭଲ ଭାବେ ବୁଝିଥାନ୍ତି। କୌଣସି ସମସ୍ୟାକୁ ମକର ରାଶିର ଝିଅମାନେ ସହଜରେ ସମାଧାନ କରିବା କ୍ଷମତା ରଖିଥାନ୍ତି। ଏମାନେ ନିଜ ପ୍ରେମିକକୁ କେବେ ବି ଧୋକା ଦେଇନଥାନ୍ତି।

କନ୍ୟା:

କନ୍ୟା ରାଶିର ଝିଅମାନେ ବୁଦ୍ଧିମତୀ ଓ ନିର୍ମଳ ହୃଦୟର ହୋଇଥାନ୍ତି। ଏହି ରାଶିର ଝିଅମାନେ ନିଜ ପାର୍ଟନରର ବିଶ୍ୱାସଯୋଗ୍ୟ ହୋଇ ରହିବାକୁ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି। ଏମାନେ ପାର୍ଟନର ସହ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button