ମଣିଷକୁ ଆରୋଗ୍ୟ କରିବା ପାଇଁ ବ୍ୟବହାର କରାଯାଉଛି ଏହି ପଶୁ ମାନଙ୍କର ବିଷ

ସାଧାରଣତଃ ଆପଣମାନେ ସମସ୍ତେ ଜାଣିଥିବେ ଯେ ବିଷ କେବଳ ଜୀବନ ନେଇପାରେ କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଜହର ମଣିଷର ଜୀବନ ବଞ୍ଚାଇବାରେ ବି କାମରେ ଆସେ ତାହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଆଜିକାଲି ଦୁନିଆରେ ଏପରି ବହୁତ ଔଷଧ ଆସିଲାଣି ଯାହାକି ବିଷରୁ ନିର୍ମିତ କରାଯାଇଛି ଏବଂ ଏହାର ବହୁଳ ମାତ୍ରାରେ ବ୍ୟବହାର କରଯାଉଛି । ଆମେ ଆଜି ଆପଣଙ୍କୁ ଏପରି ୪ଟି ଜୀବଙ୍କ ବିଷୟରେ ଜଣାଇବୁ ଯାହାର ବିଷ ମଣିଷର ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି ।
ସାପ
ଗବେଷକଙ୍କ କହିବା ଅନୁଯାୟୀ ସାପର ବିଷରେ ତିଆରି କରାଯାଉଥିବା ଔଷଧ ଉଚ୍ଚ ରକ୍ତଚାପର ରୋଗୀ ମାନଙ୍କ ପାଇଁ ବହୁତ ସାହାଯ୍ୟକାରି ହୋଇଥାଏ । କେବଳ ସେତିକି ନୁହେଁ ହାର୍ଟ ଆଟାକ ଏବଂ ହାର୍ଟ ଫେଲ ହେବା ପରିସ୍ଥିତିରେ ମଧ୍ୟ ସାପର ବିଷ ବହୁତ ଲାଭଦାୟକ ହୋଇଥାଏ ।
ଗୋଧି
ଯଦି ଗୋଧିର ବିଷ ମଣିଷ ଶରୀର ମଧ୍ୟରେ ପ୍ରବେଶ କରେ ତାହେଲେ କେବେ ରକ୍ତ ଜମାଟ ବାନ୍ଧେ ନାହିଁ । ଶରୀରରୁ ଲଗାତାର ରକ୍ତ ବୋହିଥାଏ । ଗୋଧିର ବିଷରୁ ପ୍ରସ୍ତୁତ କରାଯାଉଥିବା ଔଷଧର ବ୍ୟବହାର ହାର୍ଟ ଆଟାକ ଏବଂ ଫୁସଫୁସରେ ହେଉଥିବା ଆବୁ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଏପରି କରିବା ଦ୍ୱାରା ରକ୍ତଗଣ୍ଠି ହୋଇନଥାଏ ।
ବିଛା
ବିଛାର ବିଷରେ କ୍ଲୋରୋଟକ୍ସିନସ ନାମକ ଏକ ବହୁତ ବିଷାକ୍ତ ପଦାର୍ଥ ମିଳିଥାଏ । ବିଛାର ଵିଷଦ୍ୱାରା ଆମେ କ୍ୟାନ୍ସର ଭଳି ରୋଗକୁ ଅତି ସହଜରେ ଚିହ୍ନଟ କରିଥାଉ ଏବଂ ଏହାର ବିଷରୁ ପ୍ରସ୍ତୁତ କରାଯାଉଥିବା ଔଷଧ କ୍ୟାନ୍ସରର ଟ୍ୟୁମରକୁ ନଷ୍ଟ କରିଦେଇଥାଏ ।
ଚୁଚୁନ୍ଦରା
ଚୁଚୁନ୍ଦରା ଏକ ଏପରି ଜୀବ ଯାହା ମଧ୍ୟରେ ଅନେକ ପ୍ରକାର ବିଷ ମିଳିଥାଏ । ଯଦିଓ ଏହାର ବିଷରେ ମଣିଷ ମରେ ନାହିଁ କିନ୍ତୁ ଏହାର ଜହରରୁ ଟ୍ୟୁମର ଔଷଧ ଆବିଷ୍କାର କରାଯାଉଛି । ଯଦି ଏହା ସଫଳ ହୁଏ ତାହେଲେ ଏହା ମଣିଷ ପାଇଁ ଏକ ବରଦାନ ସଦୃଶ ହେବ ।




