IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମଧୁମେହ ରୋଗରୁ ମୁକ୍ତି ଦେବ ଆମ୍ବପତ୍ରର ଔଷଧୀୟ ଗୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ ଜାଣନ୍ତି? ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ବି, ଇ ଓ ସି ଭରି ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ମଧୁମେହ ରୋଗରୁ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ ଆମ୍ବପତ୍ରର ବ୍ୟବହାର କିପରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆମ୍ବପତ୍ରର କାଢ଼ା ପିଇବା ଫଳରେ ଶ୍ୱାସରୋଗୀ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ପୋଡି ଯାଇଥିବା ଅଂଶରେ ଏହି ପତ୍ରର ପାଉଁଶ ଲଗାଇବା ଫଳରେ ଆରାମ ମିଳିଥାଏ।

leave

ବାରମ୍ବାର ହାକୁଡି ସମସ୍ୟାରୁ ମଧ୍ୟ ଆମ୍ବପତ୍ର ମୁକ୍ତି ଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ପତ୍ରକୁ ଫୁଟାଇ କୁଳୁକୁଳୁ କଲେ ଏହା ବନ୍ଦ ହୋଇଥାଏ।

ଆମ୍ବପତ୍ର ସେବନରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ଗୁଣ୍ଡକୁ ପାଣିରେ ମିଶାଇ ପିଇବାର କିଛିଦିନ ପରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ। ରକ୍ତଚାପ ରୋଗୀ ଗାଧୋଇବା ବେଳେ ଆମ୍ବ ପତ୍ରକୁ ଫୁଟାଇ ସେହି ପାଣିରେ ଗାଧୋଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ।

45

ଆମ୍ବପତ୍ର ଗୁଣ୍ଡକରି ପ୍ରତିଦିନ ଖାଇବା ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ। ତେବେ ଏହି ସବୁର ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button