IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଚେହେରାକୁ ସୁନ୍ଦର ଓ ଚମକଦାର କରିବା ପାଇଁ ଜାଣି ରଖନ୍ତୁ, ଏହି ବିଶେଷ Beauty Tips! ମାତ୍ର କିଛି ଦିନ ମଧ୍ୟରେ… ଚେହେରାକୁ ଚାନ୍ଦ ଭଳି ଚମକାନ୍ତୁ

ନମସ୍କାର ବନ୍ଧୁଗଣ, ନିଜ ଚେହେରାକୁ ଚିକ୍କଣ ଏବଂ ଉଜ୍ଵଳ କରିବା ପାଇଁ ଝିଅମାନେ ବହୁତ ପଇସା ଖର୍ଚ୍ଚ କରୁଛନ୍ତି । ତଥାପି କାହାକୁ ସଙ୍ଗେ ସଙ୍ଗେ ଗ୍ଲୋ ମିଳିପାରୁ ନାହିଁ । ନିହାତି ଭାବରେ ଦୁଇ ଦିନ କିମ୍ବା ତିନି ଦିନ ପରେ ମୁହଁରେ ଚମକ ଆସୁଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ଉପାୟ ଦ୍ଵାରା ଆପଣଙ୍କ ମୁହଁ ମାତ୍ର 30 ମିନିଟରେ ଫେସିଆଲ ଭଳି ଚମକ ଆଣିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହାକୁ ଆପଣ କିଭଳି ପ୍ରସ୍ତୁତ କରିବେ ।

ଆପଣ ପ୍ରଥମେ ଗୋଟିଏ ଆଳୁକୁ ଭଲ ଭାବରେ ଧୋଇ ତାହାକୁ ଘସାରେ ଘସି କୋରା ବାହାର କରନ୍ତୁ । ଏହାକୁ ଆପଣ ଏକ ସଫା କପଡାରେ ରଖି ଚୁପୁଡି ଦିଅନ୍ତୁ ଏବଂ ରସ ବାହାର କରନ୍ତୁ । ଆଳୁ ଆପଣଙ୍କ ଚେହେରାକୁ ଉଜ୍ଵଳ କରାଇବାର କ୍ଷମତା ରଖିଥାଏ । ଆଳୁ ଭିତରେ ରହିଥିବା ଷ୍ଟାର୍ଚକୁ ଆଣ୍ଟି ଏଜିଙ୍ଗ ଠାରୁ ମଧ୍ୟ ରକ୍ଷା କରିଥାଏ । ଏହାପରେ ଆପଣ ଏଥିରେ ଦୁଇ ଚାମଚ ବିଲାତି ରସ ମିଶାନ୍ତୁ ।

ଯେଉଁଭଳି ଆପଣ ଆଳୁର ରସ ବାହାର କଲେ ସେହିଭଳି ଆପଣ ବିଲାତି ରସ ବାହାର କରିବେ । ଆଳୁ ଏବଂ ବିଲାତି ରସର ମିଶ୍ରଣରେ ଆପଣ ଏକ ଚାମଚ ମୁଲତାନି ମାଟି ମିଶାନ୍ତୁ । ମୁଲତାନି ମାଟି ଆପଣଙ୍କ ଚେହେରାକୁ ପରିଷ୍କାର କରିବାର କାମ କରିଥାଏ । ଏହି ତିନୋଟି ଜିନିଷର ମିଶ୍ରଣ ପରେ ଆପଣ ଏଥିରେ ଦେଢ ଚାମଚ ବେସନ ମିଶାନ୍ତୁ ।

ଏହିସବୁ ପରେ ଆପଣ ଏଥିରେ ଅଧା ଲେମ୍ବୁର ରସ ମିଶାନ୍ତୁ । ଏଥିରେ ଭିଟାମିନ-c ରହିଥାଏ ଯାହା ବ୍ଲିଚକୁ ବହୁତ ଭଲରେ ଆକ୍ଟିଭ କରିଦେଇଥାଏ । ଯଦି ଆପଣଙ୍କ ଚେହେରାରେ ବହୁତ ଅଧିକ ବ୍ରଣ ହୋଇଥିବ କିମ୍ବା ସେନ୍ସିଟିଭ ହୋଇଥିବ ତେବେ ଆପଣ ଏଥିରେ ଲେମ୍ବୁ ନ ମିଶାଇଲେ ଚଳିବ । ଏହା ବଦଳରେ ଆପଣ ବ୍ୟବହାର କରିପାରିବେ ଗୋଲାପ ଜଳ ।

ସବୁର ମିଶ୍ରଣ ପରେ ଆପଣ ଏହାକୁ 1 ରୁ 2 ମିନିଟ ଆକ୍ଟିଭ ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଆପଣ ନିଜର ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏବଂ ଏହାକୁ ଆପଣଙ୍କ ମୁହରେ ତିନି ରୁ ଚାରି ପରସ୍ତ ଲଗାନ୍ତୁ । ଏହାକୁ ଲଗାଇ ସାରିବା ପରେ ଆପଣ ଏହାକୁ ଅଧଘଣ୍ଟା ସୁଖିବା ପାଇଁ ଛାଡି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍କିନରେ ଟାଇଟନିଙ୍ଗ ଏବଂ ଚମକ ଆସିଥାଏ ।

ଅଧଘଣ୍ଟା ପରେ ଆପଣ ଏହାକୁ ଥଣ୍ଡା ପାଣିରେ ଧୀରେ ଧୋଇ ଦିଅନ୍ତୁ ଏବଂ ଆପଣଙ୍କ ମୁହଁକୁ ସଫା କରି ଦିଅନ୍ତୁ । ଥରେ ଏହାକୁ କରନ୍ତୁ ତାପରେ ଫାଇଦା ନିଶ୍ଚୟ ଦେଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button