ରାଜ୍ୟ

ଧନତେରାସରେ ସୁନା ନୁହେଁ କିଣନ୍ତୁ ଏହି ଜିନିଷ, ଯାହା ଆପଣଙ୍କୁ ରଖିବ ଧନୀ

ଧନତେରାସ୍‌ରେ ମହିଳାମାନେ ସବୁବେଳେ ସୁନା କିମ୍ବା ରୂପାର ଜିନିଷ କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧନତେରାସ୍‌ରେ ସୁନା ନୁହେଁ ବରଂ ଲୌହ (ଆଇରନ) କିଣିବା ପାଇଁ ଜୋର ଦିଆଯାଇଛି। ଏହା ପଢି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ସତରେ ଆପଣଙ୍କୁ ଲୁହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଆଇରନ ଭିତ୍ତିକ ଜିନିଷ ଖାଇବା ପାଇଁ କୁହାଯାଇଛି।

ଧନତେରାସର ଶୁଭ ଅବସରରେ ‘ପ୍ରୋଜେକ୍ଟ ସ୍ତ୍ରୀଧନ’ର ଏକ ବିଜ୍ଞାପନ କରାଯାଇଛି। ଯେଉଁଥିରେ ମହିଳା ଧନତେରାସରେ ସୁନା କିମ୍ବା ରୂପା କିଣିବା ପରିବର୍ତ୍ତେ ଆଇରନ ଉପରେ ନିବେଶ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ଭିଡିଓର ପଛରେ ମହିଳାଙ୍କୁ ଆଇରନର ଅଭାବ ପୂରଣ କରିବା ପାଇଁ ଅପିଲ କରାଯାଇଛି।

098

ଏହି ବିଜ୍ଞାପନରେ ମହିଳା ଅନେକ ଏପରି ଜିନିଷ ଖାଉଥିବାର ନଜର ଆସିଛନ୍ତି, ଯାହାକୁ ଖାଇବା ଫଳରେ ଶରୀରରେ ଆଇରନର ଅଭାବ ରହିବ ନାହିଁ। ଏହି ଆଡ୍‌ରେ ମକା, ଡାଳିମ୍ବ, ତରଭୁଜ, ମାଛ ଏବଂ ବାଦାମ ଭଳି ଜିନିଷ ଖାଇଥିବା ନଜର ଆସିଛି। ଭିଡିଓ ଶେଷରେ ସଚେତନତା ବାର୍ତ୍ତା ଦିଆଯାଇଛି।
ଭିଡିଓ ଶେଷରେ କିଭଳି ପ୍ରତ୍ୟେକ ମହିଳା ଏନିମିଆ ରୋଗରେ ପୀଡିତ ହେଉଛନ୍ତି ତାହା ଦେଖିବାକୁ ମିଳିଛି। ଶରୀରରେ ଆଇରନର ଅଭାବ ଏନିମିଆ ହେବାର ମୁଖ୍ୟ କାରଣ। ଭିଡିଓରେ ଏହି ସବୁ ଜିନିଷ ଖାଇ ଶରୀରରୁ କିଭଳି ଆଇରନର ଅଭାବ ପୂରଣ କରିପାରିବେ ତାହା କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button