ଏସପି କରିଦେଲେ ଏମିତି କାମ ରାତାରାତି ଚର୍ଚ୍ଚା ରେ IPS ବୃନ୍ଦା, ଯାହା କରିଛନ୍ତି ଶୁଣି ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବା ଶୁଣିଥିବେ ଅନେକ ସମୟରେ ଆମ ଦେଶର ଆଇପିଏସ ଅଫିସର ମାନଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୁଏ । ସେମାନେ ଏମିତି କିଛି ଚକିତ କରିବା ଭଳି କାମ କରିଥାନ୍ତି ଯାହା ସମସ୍ତଙ୍କୁ ଚର୍ଚ୍ଚା କରିବାକୁ ବାଧ୍ୟ କରାଇ ଥାଏ । ଏଭଳି ଏକ ଖବର ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟାରେ । ଆଇପିଏସ ବୃନ୍ଦା ଶୁକ୍ଲା ଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚାଲିଛି । କାରଣ ଏହି ଲେଡି ଆଇପିଏସ କିଛି ଏମିତି କାମ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଆଉ ତାଙ୍କ ସାହସକୁ ସମସ୍ତେ ତାରିଫ କରିଛନ୍ତି । ୟୁପି ର ବାହୁବଳି ବିଧାୟକ ମୁକ୍ତାର ଅଂଶାରି ଙ୍କ ବୋହୂକୁ ଜେଲ ଭିତରୁ ଗି-ର-ଫ କରିଛନ୍ତି ଏହି ଲେଡି ଆଇପିଏସ ଅଫିସର ।
ଆଇପିଏସ ବୃନ୍ଦା ଶୁକ୍ଲା ଏବେ ଚିତ୍ରକୁଟ ର ଏସ୍ପି । ତାଙ୍କ ହାତରେ ରହିଛି ପୁରା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା । ତେବେ ଗତ କିଛି ଦିନ ହେବ ଚିତ୍ରକୁଟ ଜେଲରେ କିଛି ହେରଫେର କାମ ଚାଲିଥିବା ନେଇ ସେ ସୂଚନା ପାଇଥିଲେ । ଆଉ ତା ପରେ ସୁଯୋଗ ଦେଖି ବୃନ୍ଦା ଏମିତି ଆକ୍ସନ ନେଇଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।

ପ୍ରାଇଭେଟ ଗାଡିରେ ଯିବା ସହ ସାଧା ପୋଷାକରେ ଜେଲରେ ପହଞ୍ଚି ଚଢାଉ କରିବା ସହ ବିଧାୟକଙ୍କ ବୋହୂକୁ ଜେଲରୁ ଗି-ର-ଫ କରିଛନ୍ତି ଆପିଏସ ଅଫିସର ବୃନ୍ଦା ଶୁକ୍ଲା । ୟୁପିଏର ବାହୁବଳି ବିଧାୟକ ମୁକ୍ତାର ଅଂଶାରିଙ୍କ ପୁଅ ଅବାସ ଏବେ ଜେଲରେ ଅଛନ୍ତି । ବର୍ତ୍ତମାନ ବିଧାୟକ ଥିବା ଅବାସ ର ସ୍ତ୍ରୀ ନିଖାତ ତାଙ୍କୁ ଭେଟିବାକୁ ପ୍ରତିଦିନ ଜେଲ ଯାଉଥିଲେ । କିନ୍ତୁ ଏହି ଦେଖା ସାକ୍ଷାତ ନିୟମ ଅନୁଯାୟୀ ହେଉନ ଥିଲା ।
ଗୋଟିଏ ବନ୍ଦ ରୁମରେ ଦୁହେଁ ଦେଖା ସାକ୍ଷାତ କରୁଥିବା ବେଳେ ତାଙ୍କ ନିକଟରେ ମୋବାଇଲ ରହୁଥିବାର ଜଣାପଡିଛି । ତେବେ ଏ ଖବର ମିଳିବା ପରେ ତୁରନ୍ତ ଆକ୍ସନ ନେବା ସହ ବିଧୟାଙ୍କ ବୋହୂକୁ ଆ-ରେ-ଷ୍ଟ କରିଛନ୍ତି ବୃନ୍ଦା ଯାହା ତାଙ୍କୁ ରାତାରତି ଚର୍ଚ୍ଚାକୁ ଆଣିଛି । ଆପିଏସ ବୃନ୍ଦା ଶୁକ୍ଲା ଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୁଏ ।

ହେଲେ ଏବେ ତାଙ୍କର ଦବଙ୍ଗ ଷ୍ଟାଇଲ କୁ ନେଇ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ବୃନ୍ଦା ଶୁକ୍ଲା 2014 ବ୍ୟାଚ ର ଆଇପିଏସ ଅଫିସର ହୋଇଥିବା ବେଳେ ୟୁପି ରେ ହେଉଛି ଏହା ତାଙ୍କର ପ୍ରଥମ ପୋଷ୍ଟିଙ୍ଗ । ତେବେ ନିଜର ପ୍ରଥମ ପୋଷ୍ଟିଙ୍ଗ ରେ ବୃନ୍ଦା ଏମିତି କିଛି କାମ କରି ଦେଖାଇଛନ୍ତି ଯାହା ବୋଧ ହୁଏ ଅନ୍ୟ କେହି କରି କି ଦେଖାଇ ନ ଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଆଇପିଏସ ବୃନ୍ଦ ଶୁକ୍ଲା ଙ୍କ ଏଭଳି କାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।



