IBN ଓଡ଼ିଶା ବ୍ୟୁରୋ

ଶୁଣ ଶାଶୁଘର ଲୋକ ମୋତେ ବିଧବା କର ! ନିଜକୁ ବିଧବା କରିବାକୁ କାହିଁକି ଶାଶୁଘର ଲୋକଙ୍କୁ ଗୁହାରି କରୁଛନ୍ତି ଏହି ମହିଳା…. ଦେଖନ୍ତୁ କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ, ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ଖବର ପ୍ରସାର ହେଉଛି ଯାହାକୁ ନେଇ ଚର୍ଚ୍ଚା ବି ହେଉଛି ବିବାଦ ବି ହେଉଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରର ଏଭଳି ଏକ ଖବର ପ୍ରସାର ହୋଇଛି ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ସ୍ଵାମୀ ର ମୃ-ତ୍ୟୁ ପରେ ସ୍ତ୍ରୀ ମାଗୁଛି ସ୍ତ୍ରୀ ର ଅଧିକାର ଆଉ କହୁଛି ମୋତେ ବି-ଧ-ବା କର ।

ମୁଁ ଚାହୁଁଛି ବି-ଧ-ବା ହେବାକୁ । ମୋତେ ବିଧବା କର ମୋ ଝିଅକୁ ଫେରାଇ ଦିଅ । ଏ କଥା ଶୁଣିବା ପରେ କିଛି ବୁଝା ପଡୁ ନ ଥିବ । ତେବେ ମହିଳା ଜଣକ ବି-ଧ-ବା ହେବାକୁ କାହିଁକି ଜିଦି କରୁଛନ୍ତି ? ଇଏ କିଏ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ହେଲେ ଦର୍ଶକ ବନ୍ଧୁ ସତ କଥା ଜାଣିବା ପରେ ଆପଣ ବି ଚକିତ ହୋଇ ପଡିବେ । ଏ ହେଉଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ବରଗଡା ଗାଁ ର ଶୁଭଶ୍ରୀ ପାତ୍ର ।

ସ୍ଥାନୀୟ ଅଞ୍ଚଳର ମନୋଜ ରାଉତ ଙ୍କ ସହ 2013 ରେ ଶୁଭଶ୍ରୀ ଙ୍କ ବିବାହ ହୋଇଥିଲା । ଦୁହିଙ୍କର ପରିବାର ବେଶ ହସ ଖୁସି ରେ ଚାଲିଥିଲା । ହେଲେ ଦୁଇ ଝିଅ ଜନ୍ମ ହେବ ଅପରେ ଶୁଭାଶ୍ରୀ ଙ୍କ ଉପରେ ପରିବାରର ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଥିଲା । ତେଣୁ ବାଧ୍ୟ ହୋଇ ନିଜ ବାପଘରକୁ ପଳାଇ ଥିଲେ ଶୁଭଶ୍ରୀ । ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ଵାମୀ ଶାଶୁଘରେ ରହୁଥିଲେ ।

କିନ୍ତୁ ଗତ 9 ଦିନ ହେବ ଶୁଭଶ୍ରୀ ଙ୍କ ସ୍ବାମୀଙ୍କର ଦୁର୍ଘଟଣା ରେ ମୃ-ତ୍ୟୁ ହୋଇଥିଲା । କିନ୍ତୁ ଶୁଭଶ୍ରୀ ଙ୍କ ସ୍ଵାମୀ ଙ୍କ ଦେ-ହା-ନ୍ତ ପରେ ବି ଶାଶୁଘର ଲୋକେ ତାଙ୍କୁ ଖବର ଦେଇ ନ ଥିଲେ । ହେଲେ କୌଣସି ଉପାୟରେ ଶୁଭଶ୍ରୀ ଶାଶୁଘରେ ପହଞ୍ଚିବା ପରେ ମୋତେ ବିଧବା କର ମୋ ସ୍ଵାମୀଙ୍କ ଶୁ-ଦ୍ଧି-କ୍ରି-ୟା ରେ ସାମିଲ କରିବାକୁ ଜିଦି ଧରିଥିଲେ । କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ ।

ଏମିତି କି ଶୁଭଶ୍ରୀ ଙ୍କ ଦୁଇ ଝିଅ ଙ୍କୁ ମା ପାଖକୁ ଛାଡି ନ ଥିଲେ । ଯାହା କୁ ନେଇ ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଥିଲେ ଶୁଭଶ୍ରୀ । ହିନ୍ଦୁ ରୀତି ନୀତି ଅନୁଯାୟୀ ସ୍ଵାମୀ ମଥାରେ ସିନ୍ଦୁର ଦେଇଥାଏ । ସ୍ଵାମୀ ମ-ରି-ବା ପରେ ସ୍ତ୍ରୀ ର ମଥାରୁ ସିନ୍ଦୁର ପୋଛି ଦିଆଯାଏ ।

ହେଲେ ଏଠାରେ ସ୍ଵାମି ଯିବା ପରେ ସ୍ତ୍ରୀ ର ଅଧିକାର ପାଇଁ କଲେକ୍ଟର ଙ୍କ ଦ୍ଵାରସ୍ଥ ହୋଇଛି ସ୍ତ୍ରୀ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button