IBN ଓଡ଼ିଶା ବ୍ୟୁରୋ

ଘିମିରି ର ଘରୋଇ ଉପଚାର, ଏହି ସହଜ ଉପାୟ ଦ୍ୱାରା ଘିମିରି ସମସ୍ୟାରୁ ମୁକ୍ତି ପାଆନ୍ତୁ।

ବନ୍ଧୁଗଣ ଖରାଦିନେ ପ୍ରାୟତଃ ଲୋକଙ୍କର ସମସ୍ୟା ରହିଥାଏ, ତାହା ହେଉଛି ଘିମିରି। ଶରୀରରୁ ଝାଳ ଅଧିକ ବହିଲେ ଘିମିରି ହେବାର ସମ୍ଭାବନା ରହିଛି। ଏହା ଅଧିକ ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆସନ୍ତୁ ଜାଣିବା ଘିମିରି ଭଲ କରିବାର ସହଜ ଉପାୟ।

୧/ ଏକ ଗ୍ଲାସ ପାଣିରେ ଲେମ୍ବୁ ଚିପୁଡ଼ନ୍ତୁ ଏବଂ ଏକ କାକୁଡିର ଖଣ୍ଡ ବୁଡ଼ାଇ ୧୦ ମିନିଟ ପର୍ଯ୍ୟନ୍ତ ଘିମିରି ଉପରେ ଘଷି ଦିଅନ୍ତୁ। ଏହାଦ୍ବାରା ଘିମିରି ଖୁବ୍ ଶୀଘ୍ର କମି ଯିବ।

୨/ ଏକ ଚାମୋଚ ଏଲୋବେରା ଜେଲ ଘିମିରି ଉପରେ ଲଗାନ୍ତୁ ଏବଂ ୨୦ ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ , ଏହାପରେ ଧୋଇ ଦିଅନ୍ତୁ। ଏପରି ଦିନକୁ ତିନିଥର କରନ୍ତୁ। ଏହାଦ୍ବାରା ଘିମିରି ଯନ୍ତ୍ରଣା ଦୂର ହେବା ସହିତ ଘିମିରି ଚାଲି ଯାଇଥାଏ।

Google

୩/ ପାଞ୍ଚ ଚାମୋଚ ପାଣିରେ ଏକ ଚାମୋଚ ଖାଇବା ସୋଡା ମିଶାଇ ଦିଅନ୍ତୁ। ଏହାକୁ ଘିମିରି ସ୍ତନରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖି ଏହାକୁ ଧୋଇ ଦିଅନ୍ତୁ। ଏପରି ଦିନକୁ ଦୁଇଥର କରନ୍ତୁ ଖୁବ୍ ଶୀଘ୍ର ଘିମିରି ଭଲ ହୋଇଯିବ।

୪/ ୨୦ ରୁ ୩୦ ଟି ନିମ୍ୱପତ୍ରକୁ ଗୋଟେ ଗ୍ଲାସ ପାଣିରେ ଫୁଟାଇ ନିଜ ଘିମିରି ସ୍ଥାନରେ ଲଗାଇ ଦିଅନ୍ତୁ। ଲଗେଇ ସାରି ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏଭଳି କରିବା ଦ୍ୱାରା ଘିମିରି ଭଲ ହୋଇଯିବ।

୫/ ଏକ ଚାମୋଚ ନଡ଼ିଆ ତେଲରେ ଏକ କର୍ପୁର ମିଶାଇ ଦିଅନ୍ତୁ ଏବଂ ଏହାକୁ ଘିମିରି ଉପରେ ଲଗାଇ ଦିଅନ୍ତୁ। ପରେ ଧୋଇ ଦିଅନ୍ତି। ଏହାଦ୍ବାରା ଘିମିରିରୁ ମୁକ୍ତି ମିଳିବ।

୬/ ଦୁଇ ଚାମୋଚ ମୁଲତାନୀ ମାଟିରେ ପାଣିରେ ମିଶେଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଘିମିରି ଉପରେ ରଖି ଧୋଇ ଦିଅନ୍ତୁ।

Google

୭/ ଏକ ଚାମୋଚ ଅଲିଭ ତେଲରେ ଏକ ଚାମୋଚ ମହୁ ମିଶାଇ ଦିଅନ୍ତୁ ଏବଂ ଏହାକୁ ଘିମିରି ଉପରେ ଲଗାଇ ଦିଅନ୍ତୁ। ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି ଦିନକୁ ଦୁଇଥର କରନ୍ତୁ।

୮/ ଏକ ପଲିଥିନରେ ବରଫ ଖଣ୍ଡ ନିଅନ୍ତୁ। ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଘିମିରି ଉପରେ ଘଷନ୍ତୁ। ଏହାଦ୍ବାରା ଆପଣଙ୍କୁ ଆରାମ ଲାଗିବ ଏବଂ ଉପଶମ ପାଇ ପାରିବେ।

୯/ ଏପଲ ସାଇଡ ଭିନେଗାରକୁ ତୁଳା ସାହାଯ୍ୟରେ ଘିମିରି ସାହାଯ୍ୟରେ ଘିମିରି ଉପରେ ଲଗାନ୍ତୁ। ୨୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ। ଏପରି ଦିନକୁ ଦୁଇଥର କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button