କିସମିସ ଖାଇଲେ କଦାପି ହୋଇ ନ ଥାଏ ଏହିସବୁ ରୋଗ, ଆସନ୍ତୁ ଜାଣିବା କିସମିସର ଉପକାରିତା

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କିସମିସ ଖାଇବାର ଉପକାରିତା ବିଷୟରେ କହିବାକୁ ଯାଉଛି। ଏହାସହିତ ଆପଣ ଜାଣିବାକୁ ପାଇବେ ଯେ କିସମିସକୁ ଯେଉଁ ସମୟରେ ଏବଂ କେତେ ପରିମାଣରେ ଖାଇବେ। କିସମିସରେ ଫ୍ରୁକ୍ଟୋଜ ଏବଂ ଗ୍ଲୁକୋଜ ରହିଛି। ଏହାର ଉପଯୋଗ କରି ଆପଣ ଏକ ସୁସ୍ଥ ଜୀବନ ଅତିବାହିତ କରି ପାରିବେ। କିସମିସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କିସମିସରେ ଆଇରନ, ପଟାସୀୟମ, ମ୍ୟାଗ୍ନେଶୀୟମ, ଫ୍ଲାଇଟୋ କେମିକାଲ, ଫ୍ଲାବୋନଏଟସ ଏମିତି ଅନେକ ଗୁଡ଼ାଏ ପୋଷକ ତତ୍ତ୍ଵ ରହିଛି। ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହି ସମସ୍ତ ପୋଷକ ତତ୍ତ୍ଵ ମିଶି କିସମିସକୁ ଏକ ପୋଷକ ଆହାର ବନେଇ ଥାଏ। ଜୟ ତୁରନ୍ତ ଶକ୍ତି ପ୍ରଦାନ କରି ଥାଏ। ତେବେ ଚାଲନ୍ତୁ ଜାଣିବା କିସମିସର ଉପକାରିତା ବିଷୟରେ।
ପ୍ରଥମଟି ହେଉଛି ଦାନ୍ତ ଓ ମାଢ଼ି ପାଇଁ ଲାଭଦାୟକ ଅଟେ। କିସମିସ ଦାନ୍ତ ଓ ମାଢ଼ି ପାଇଁ ବହୁତ ଲାଭଦାୟକ ହୋଇଥାଏ। କିସମିସ ମିଠା ହୋଇଥାଏ। ଏଥିଯୋଗୁଁ ଦାନ୍ତ ଖରାପ ହୋଇ ନଥାଏ। ଏହାଯୋଗୁଁ ଦାନ୍ତ ଓ ମାଢ଼ି ଖରାପ ହେବାରୁ ରକ୍ଷା କରି ଥାଏ। କିସମିସରେ ଥିବା ଅଲିନଲିକ ଏସିଡ ନାମକ ଫାଇଟୋ କେମିକାଲ ଦାନ୍ତରେ କ୍ୟାବିଟି ହେବାରୁ ରକ୍ଷା କରି ଥାଏ। ତଥା ପାଟିରେ ଥିବା ଖରାପ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ। ଏହା ମାଢ଼ିକୁ ରୋଗ ଓ ସଂକ୍ରମଣରୁ ରକ୍ଷା କରି ଥାଏ। କିସମିସ ଦାନ୍ତର ଏନାମେଲକୁ ସୁଦୃଢ କରି ଥାଏ।

ଦ୍ଵିତୀୟ ହେଉଛି ପାଚନ କ୍ରିୟା ଭଲ କରିଥାଏ। କିସମିସ ପାଚନ କ୍ରିୟା ଭଲ କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନଙ୍କୁ ଗ୍ୟାସ ଏବଂ ପେଟ ସମସ୍ୟା ଥାଏ, ତାଙ୍କୁ କିସମିସ ଖାଇବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣ ରେ ଫାଇବର ରହିଥାଏ। ଶୁଖିବା ସମୟରେ ଏଥିରେ ଥିବା ଫାଇବର ସଙ୍କୁଚିତ ହୋଇଥାଏ। କିନ୍ତୁ ପେଟ ଭିତରକୁ ଯିବା ମାତ୍ରେ ଏହା ପୂର୍ବ ଅବସ୍ଥାକୁ ଆସି ଯାଇଥାଏ। ଏଥିରେ ଫାଇବର ଥିବାରୁ କୋଷ୍ଠ କାଠିନ୍ୟ ବ୍ୟକ୍ତିଙ୍କ ପାଇଁ ବହୁତ ଉପକାରୀ ଅଟେ। ଏଥିଯୋଗୁଁ ଅନ୍ତନଳୀ ସଫା ହୋଇ ଯାଇଥାଏ। କିସମିସ ଖାଇବା ଯୋଗୁଁ ଖାଉଥିବା ଖାଦ୍ୟରୁ ପୋଷକ ତତ୍ତ୍ଵର ଅବଶୋଷଣ ଉତ୍ତମ ରୂପରେ ହୋଇଯାଏ। ତେଣୁ ଭୋକ ବଢ଼ିଥାଏ ଏବଂ ପାଚନ ଶକ୍ତିରେ ବୃଦ୍ଧି ହୋଇଥାଏ।
ତୃତୀୟ ହେଉଛି ଉଚ୍ଚ ରକ୍ତଚାପରେ ଲାଭଦାୟକ ପରିଣାମ ମିଳିଥାଏ। ଯେଉଁ ଲୋକମାନଙ୍କୁ ଉଚ୍ଚ ରକ୍ତ ଚାପର ସମସ୍ୟା ରହିଛି ସେମାନଙ୍କୁ କିସମିସର ସେବନ କରିବା ଉଚିତ। କାରଣ କିସମିସରେ ପଟାସୀୟମ ରହିଛି। ଯାହାର ନିୟମିତ ସେବନ କଲେ ଏହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ। ପଟାସୀୟମ ହାର୍ଟ ପାଇଁ ଉତ୍ତମ ଅଟେ। ଏହା ଶରୀରର କୋଷ ତଥା ଟସୁ ଓ ଶରୀରର ବିଭିନ୍ନ ଅଙ୍ଗ ଗୁଡ଼ିକର କାର୍ଯ୍ୟ କରିବାରେ ସହାୟକ ହୋଇଥାଏ।
ଚତୁର୍ଥ ହେଉଛି ହୃଦଘାତରୁ ରକ୍ଷା କରିଥାଏ। କିସମିସ ଖାଇଲେ ହାର୍ଟ ଷ୍କ୍ରୋକ ଦୂତ ହେବାର ସମ୍ଭାବନା ରହିଥାଏ। କିସମିସରେ ଥିବା ଫାଇବର ଉଚ୍ଚ ରକ୍ତଚାପ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ।