ବିଦେଶରୁ କମ୍ପ୍ୟୁଟର ଆମଦାନି ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର – Ibnodisha

[ad_1]
ବ୍ୟୁରୋ : ବିଦେଶରୁ କମ୍ପ୍ୟୁଟର ଆମଦାନି ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ଲ୍ୟାପ୍ଟପ୍, ଟ୍ୟାବ୍ଲେଟ୍ ଓ ପର୍ସନାଲ୍ କମ୍ପ୍ୟୁଟର୍ ଆମଦାନି ଉପରେ ତ୍ବରିତ୍ବ କଟକଣା ଜାରି କରିଥିବା କଥା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ ଜାରି କରିଥିବା ନୋଟିସ୍ରେ ଉଲ୍ଲେଖ କରାଯାଇଛି ।
ଏଚ୍ଏସ୍ଏନ୍ ୮୪୭୧ ପରିସରଭୁକ୍ତ ସମସ୍ତ ଲ୍ୟାପ୍ଟପ୍, ଟ୍ୟାବ୍ଲେଟ୍, ଅଲ୍-ଇନ୍-ୱାନ୍ ପର୍ସନାଲ୍ କମ୍ପ୍ୟୁଟର୍ ଏବଂ ଅଲ୍ଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର୍ କମ୍ପ୍ୟୁଟର୍ ଏବଂ ସର୍ଭର୍ ଉପରେ କଟକଣା ଲାଗୁ କରାଯାଇଛି । କେବଳ ବୈଧ୍ୟ ଲାଇସେନ୍ସ୍ ଥିଲେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ସୀମିତ ପରିମାଣରେ ଆମଦାନି କରାଯାଇ ପାରିବ। ଏହା ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଏସବୁ ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରାଯିବ । ଏହାସହ ଆମଦାନୀ ହୋଇଥିବା ସାମଗ୍ରୀକୁ କେବଳ ସର୍ତ୍ତ ମୁତାବକ ବ୍ୟବହାର କରାଯାଇପାରିବ । ଏହାକୁ ଅନ୍ୟ କାହାକୁ ବିକ୍ରି କରାଯାଇପାରିବ ନାହିଁ ।
ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବାକୁ ନିଆଯାଇଥିବା ଏହି ପଦକ୍ଷେପ ଏବେ ଉତ୍ପାଦନକାରୀଙ୍କ ସହ କିଛି ବିଦେଶୀ କମ୍ପାନୀ ଲାଭବାନ ହେବେ । ଯେଉଁ ବିଦେଶୀ କମ୍ପାନୀମାନେ ଭାରତରେ ଉତ୍ପାଦନ କରି ଲୋକାଲ ଯୋଗାଣ ଓ ବିଦେଶକୁ ରପ୍ତାନୀ କରୁଛନ୍ତି । ଏହାସହ ଏହି ନିଷ୍ପତ୍ତିର ଭଲ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିବ ବୋଲି ଆଶା କରାଯାଇଛି ।
[ad_2]




