ଦେଶ

ଜାମିନ ମିଳିବାର କିଛି ସମୟ ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ୍ – Ibnodisha

[ad_1]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣା ଯାଇଥିଲା। ହେଲେ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ଏହି ଖବର ଇମ୍ରାନଙ୍କ ସମର୍ଥକଙ୍କୁ ଖୁସି ଦେଇଥିବା ବେଳେ ଏହି ଖୁସି ମାତ୍ର କିଛି ସମୟ ପର୍ଯ୍ୟନ୍ତ ରହିଥିଲା। କାରଣ ଜାମିନ ମିଳିବା ପରେ ଏବେ ଆଉ ଏକ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ।

ଏହି ମାମଲାରେ ଇମ୍ରାନଙ୍କୁ ଆଜି ଗିରଫ କରାଯାଇଛି ଏବଂ ସେ ଅଗଷ୍ଟ ୩୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ। କିଛି ସମୟ ପୂର୍ବରୁ ଇସଲାମାବାଦ ହାଇକୋର୍ଟ, ସେସନ୍‌ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ମଙ୍ଗଳବାର ଦିନ ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। କିଛି ଦିନ ତଳେ ତୋଷଖାନା ମାମଲାରେ ରାୟ ଶୁଣାଇ ସେସନ୍‌ କୋର୍ଟ ଇମ୍ରାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବିରୋଧ କରି ଇମ୍ରାନ ହାଇକୋର୍ଟ ପହଞ୍ଚିବା ପରେ ସୋମବାର ଇମ୍ରାନ ଖାନଙ୍କ ଆବେଦନକୁ ନେଇ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ହେଲେ ମଙ୍ଗଳବାର ସକାଳେ ତାଙ୍କୁ ଜାମିନ୍‌ ମିଳିଥିଲା। କିନ୍ତୁ ଜେଲରୁ ବାହାରି ନିଜ ପରିବାର ଲୋକଙ୍କୁ ଭେଟିବରେ ସ୍ବପ୍ନ ଇମ୍ରାନଙ୍କର ଅଧାରେ ରହିଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button