ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ – Ibnodisha
[ad_1]
ଭଦ୍ରକ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ସହ ଦୁଷ୍କର୍ମ ମାମଲାର ବିଚାର କରି ଭଦ୍ରକର ସ୍ଵତନ୍ତ୍ର ପୋକସୋ କୋର୍ଟର ନ୍ୟାୟାଧୀଶ ମିନତୀ ପଣ୍ଡା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ପ୍ରଣବ କୁମାର ନାୟକ ଓରଫ ବାପୁନୁ (୨୮ ବର୍ଷ)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ନିକଟସ୍ଥ ବେଲଦା ଗ୍ରାମର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଗତ ୨୦୧୮ ମସିହା ଜାନୁଆରି ୨୩ ତାରିଖ ମଧ୍ୟ ରାତ୍ରରେ ତାଙ୍କର ଦିଅରଙ୍କୁ ଟ୍ରେନ୍ରେ ଚଢାଇବା ପାଇଁ ଷ୍ଟେସନ ଯାଇଥିଲେ।
ସେମାନଙ୍କ ଅନୁପସ୍ଥିତିରେ ମହିଳା ଜଣକ ନାବାଳିକା କନ୍ୟା ସହ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ପ୍ରଣବ କୁମାର ନାୟକ ବାଡ଼ ତାଟି ଭାଙ୍ଗି ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲା। ଏହା ଜାଣି ପାରି ସେ ଟର୍ଚ୍ଚ ନେଇ ବାହାରକୁ ଆସିବାରୁ ଅଭିଯୁକ୍ତ ଢେଲା ପଥର ଫୋପାଡ଼ି ଥିଲା। ସେ ଏଥିରେ ପ୍ରତିବାଦ କରିବାରୁ ତାଙ୍କ ସହ ଅଭିଯୁକ୍ତ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରିଥିଲା। ସେ ଏଥିରେ ବାଧା ଦେବାରୁ ଅଭିଯୁକ୍ତ ତାଙ୍କୁ ଟଣା ଓଟରା କରି ଅର୍ଦ୍ଧ ଉଲଗ୍ନ କରି ଦେଇଥିଲା। ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇ ତାଙ୍କ ପଡୋଶୀଙ୍କୁ କହିବାରୁ ସେ ଫୋନ କରି ସେହି ଗ୍ରାମର ଲୋକଙ୍କୁ କହିଥିଲେ। ପରେ ଗାଁର କିଛି ଲୋକ ଘଟଣାସ୍ଥଳକୁ ପହଞ୍ଚି ଥିଲେ।
[ad_2]