ରାଜ୍ୟ

ଆଜି ଅକ୍ଷୟ ତୃତୀୟା : ଆଜିର ଦିନରେ କରନ୍ତୁ ଏହି ବାସ୍ତୁ ଉପାୟ, ସବୁ ଇଚ୍ଛା ହେବ ପୂର୍ଣ୍ଣ

ଅକ୍ଷୟ ତୃତୀୟା ଦିନ ମଙ୍ଗଳ କାର୍ଯ୍ୟ ପାଇଁ ଶୁଭ ବୋଲି ଧରାଯାଏ। ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ କରାଯାଏ। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାରେ ଏହି ଦିନ ପଡେ। ଏହି ଦିନରେ କରାଯାଇଥିବା ବାସ୍ତୁ ଉପାୟର ମଧ୍ୟ ବହୁତ ମହତ୍ତ୍ୱ ରହିଛି। ଏହି ଦିନରେ ପୂର୍ଣ୍ଣ ହେଉନଥିବା କାମ ସଫଳ ହେବ। ଏଥିପାଇଁ ଆଜି ଆମେ ଆପଣଙ୍କୁ ବାସ୍ତୁର କିଛି ଉପାୟ ବିଷୟରେ ଜଣାଇବୁ ଯାହା ଅକ୍ଷୟ ତୃତୀୟା ଦିନ କଲେ ଘରେ ଉନ୍ନତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବାସ୍ତୁ ଉପାୟ ବିଷୟରେ।

-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଆପଣ ଘରେ କିମ୍ବା ଦୋକାନରେ ଧନ ରଖିବା ପାଇଁ ଉତ୍ତର ଏବଂ ପୂର୍ବ ଦିଗକୁ ବାଛନ୍ତୁ। ଏହି ଦିଗରେ ଧନ ରଖିବା ପାଇଁ ଆର୍ଥିକ ଉନ୍ନତିରେ କୌଣସି ବାଧା ଆସିବ ନାହିଁ।

-ଅକ୍ଷୟ ତୃତୀୟା ଦିନ ଘରେ କିଛି ପରିବର୍ତ୍ତନ କରନ୍ତୁ। ଆପଣ ଏହି ଦିନରେ ଉତ୍ତର ଦିଗରେ ଦର୍ପଣ ଲଗାନ୍ତୁ। ଏହି ଦିଗରେ ଦର୍ପଣ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତିର ସଂଚାର ବଢିଥାଏ। ଯାହାକୁ ଆୟ ଏବଂ ଧନରେ ବୃଦ୍ଧି ହୋଇଥାଏ।

-ଅକ୍ଷୟ ତୃତୀୟା ଦିନ ଆପଣ ଯେଉଁ ବ୍ୟବସାୟ କିମ୍ବା ଚାକିରୀ କରୁଛନ୍ତି, ସେହି ସମ୍ୱନ୍ଧୀୟ ଫଟୋକୁ ଘରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ବେପାରରେ ଉନ୍ନତି ହୋଇଥାଏ ଏବଂ ଚାକିରୀରେ ପଦୋନ୍ନତି ହୋଇଥାଏ।

-ଏହି ଦିନରେ ମାଟି ପାତ୍ରରେ ଖରବୁଜ ରଖି କୌଣସି ସଧବା ନାରୀକୁ ଦାନ କରିପାରେ। ଆପଣ ଆଜି ଭଳି ଦିନରେ ଏମିତି କଲେ ବହୁତ ପୁଣ୍ୟ ଫଳ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button