ଦେଶ

ପାର୍ଲର ବନ୍ଦ ଘରେ ନିଅନ୍ତୁ ତ୍ୱଚାର ଯତ୍ନ, ଏହି ବ୍ଲିଚ ଲଗାଇ ପାଆନ୍ତୁ ଆକର୍ଷକ ଚମକଦାର ତ୍ୱଚା

ଲକଡାଉନରେ ଦୋକାନ ବଜାର ବନ୍ଦ। ବଜାର ବନ୍ଦ ହେବା କାରଣରୁ ଆପଣ ନିଜ ଚେହେରାକୁ ନେଇ ଚିନ୍ତାରେ ଅଛନ୍ତି କାହିଁକିନା ପାର୍ଲର ବନ୍ଦ। କିନ୍ତୁ ଜମାବି ଚିନ୍ତା କରନ୍ତୁନାହିଁ, କାହିଁକିନା ଆପଣ ଘରେ ଅଛନ୍ତି ଭଲ ଭାବରେ ନିଜ ତ୍ୱଚାର ଯତ୍ନ ନେଇପାରିବେ। ଅନେକ ମହିଳା ନିଜ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବ୍ଳଇଚର ବ୍ୟବହାର କରନ୍ତି। କିନ୍ତୁ ଏଥିରେ ଅନେକ କେମିକାଲ ଥିବାରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ଆଜି ଆପଣଙ୍କ ପାଇଁ ଘର ତିଆରି ପ୍ୟାକ ନେଇ ଆସିଛୁ। ଯାହାକୁ ଆପଣ ବ୍ଲିଚ ଭଳି ବ୍ୟବହାର କରି ଆପଣ ଆକର୍ଷକ ଚମକ ପାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ ବନାଇବାର ଉପାୟ।

ମସୁର ଡାଲି

ମସୁର ଡାଲିକୁ ଗୁଣ୍ଡ କରି ସେଥିରେ ଲେମ୍ବୁ ରସ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆସିଯିବ।

tamatooଟମାଟୋ ରସ

ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ଟମାଟୋ ରସରେ ଲେମ୍ବୁ ରସ ମିଶାଇ ମଧ୍ୟ ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ନେଇ ହାଲକା ହାତରେ ମାସାଜ କରନ୍ତୁ। ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।

ଦହି

ଦହି ମଧ୍ୟ ଭଲ ବ୍ଲିଚି ଭଳି କାମ କରିଥାଏ। ଦହିକୁ ଚେହେରାରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏବେ ଏହାକୁ କିଛି ସମୟ ପାଇଁ ସେମିତି ଛାଡି ଦିଅନ୍ତୁ। ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button