ଦେଶ

ଶିକ୍ଷକଙ୍କୁ ମୋଟା ହାତୀ ଓ ମୂର୍ଖ କହିଲେ ଆଇଏଏସ୍ କେ.କେ ପାଠକ, କାରଣ… – Ibnodisha

[ad_1]

ହାଜିପୁର: ଶିକ୍ଷକଙ୍କୁ ମୋଟା ହାତୀ କହି ଚର୍ଚ୍ଚାରେ ଆଇଏଏସ୍ କେ.କେ ପାଠକ। ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଖେଳକୂଦ ପାଇଁ ଆସିଥିବା ଜିନିଷକୁ ବ୍ୟବହାର କରାଯାଉନଥିବା ଦେଖି ରାଗରେ ଆଇଏଏସ୍ କେ.କେ ପାଠକ ଏଭଳି କହିଥିବା ଜଣାପଡ଼ିଛି। ବିହାରର ଆଇଏଏସ୍ ଅଧିକାରୀ କେ.କେ ପାଠକଙ୍କ ନିଜର କଡ଼ା ସ୍ବଭାବ ପାଇଁ ଜଣାଶୁଣା। ଶିକ୍ଷା ବିଭାଗର ଦାୟିତ୍ୱ ନେବା ପରଠାରୁ କେ.କେ ପାଠକ ଅଧିକ କଠୋର ହୋଇଛନ୍ତି। ବିଦ୍ୟାଳୟଗୁଡ଼ିକର ଅବସ୍ଥା ଦେଖିବାକୁ ଯାଇଥିବା ଆଇଏଏସ୍ କେ କେ ପାଠକଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ କେ.କେ ପାଠକ ଜଣେ ଶିକ୍ଷକଙ୍କୁ ମୋଟା ହାତୀ ବୋଲି କହିବା ସହ ମୂର୍ଖ ବୋଲି କହିଥିବା କୁହାଯାଉଛି।

ଶୁକ୍ରବାର ଦିନ କେ.କେ ପାଠକ ବୈଶାଲି ଜିଲ୍ଲାରେ ଥିବା କିଛି ସ୍କୁଲର ଯାଞ୍ଚ କରିବାକୁ ବାହାରିଥିଲେ। ହାଜିପୁର ବ୍ଲକର ସେନଦୁଆରୀରେ ଥିବା ଏକ ସ୍କୁଲର ଯାଞ୍ଚ ସମୟରେ ମୁଖ୍ୟ ସଚିବ କେ.କେ ପାଠକଙ୍କର ବିଦ୍ୟାଳୟର ଏକ ବନ୍ଦ କୋଠରୀ ଉପରେ ନଜର ପଡ଼ିଥିଲା। ଭିତରେ କ’ଣ ଅଛି ବୋଲି ଯାଞ୍ଚ କରିବା ପାଇଁ ସେ କବାଟ ଖୋଲିବାକୁ କହିଥିଲେ। ସ୍କୁଲର ପ୍ରଧାନଶିକ୍ଷକ କବାଟ ଖୋଲିବା ପରେ ଭି‌ତରେ ପିଲାଙ୍କ ଖେଳିବା ଜିନିଷ ସବୁ ରଖାଯାଇଥିଲା ଏବଂ ସେଥିରେ ଧୂଳି ଜମି ଯାଇଥିଲା। ପିଲାଙ୍କ ପାଇଁ ଅଣାଯାଇଥିବା ଜିନିଷ ସବୁ ବ୍ୟବହାର ହେଉନଥିବା ଦେଖି ରାଗି ଯାଇଥିଲେ ଆଇଏଏସ୍। ଏହ‌ା ପରେ ସେ ତୁରନ୍ତ ସବୁ ଜିନିଷ ବାହାରକୁ ଆଣିବାକୁ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଜିନିଷ ବାହାରକୁ ଆଣିବା ପାଇଁ କହିବା ପରେ ପ୍ରଧାନଶିକ୍ଷକ ଜିନିଷ ସବୁ ବାହାରକୁ ଅଣୁଥିବା ବେଳେ ପାଖରେ ଠିଆ ହୋଇ ରହିଥିଲେ କିଛି ଶିକ୍ଷକ। ଏହା ଦେଖି ରାଗରେ ମୋଟା ଥିବା ଜଣେ ଶିକ୍ଷକଙ୍କୁ କେ.କେ ପାଠକ ମୋଟା ହାତୀ ବୋଲି କହିବା ସହ ମୂର୍ଖ ବୋଲି କହିଥିଲେ। ପ୍ରଧାନଶିକ୍ଷକ କାମ କରୁଛନ୍ତି, ତୁମେ କାହିଁକି ଠିଆ ହୋଇ ରହିଛ ବୋଲି କେ.କେ.ପାଠକ ଶିକ୍ଷକଙ୍କୁ କହିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button