IBN ଓଡ଼ିଶା ବ୍ୟୁରୋ

ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଦେଶୀ ଉପାୟ, ଜଲଦି ମିଳିବ ସମାଧାନ

କଥା ହେବା କିମ୍ବା ହସିବା ସମୟରେ ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ଯେଉଁଥିପାଇଁ ସେମାନଙ୍କ ପାଖରେ କେହି ବସିବାକୁ ପସନ୍ଦ କରନ୍ତି ନାହିଁ। ବ୍ୟକ୍ତି ଦେଖିବାକୁ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି ପାଟିରୁ ଦୁର୍ଗନ୍ଧ ବାହାରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପଡିଥାଏ।

ପାଟିରୁ ଦୁର୍ଗନ୍ଧ ବାହାରିବାକୁ ମେଡିକାଲ ଭାଷାରେ ହେଲିଟୋସିସି କହନ୍ତି। ଏହି ଦୁର୍ଗନ୍ଧରେ ପାଟିରେ ଥିବା ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ। ଏଥିପାଇଁ ଆପଣଙ୍କ ଶରୀରର ପାଚନ ତନ୍ତ୍ର ଠାରୁ ଆରମ୍ଭ କରି ଦାନ୍ତ ପର୍ଯ୍ୟନ୍ତ ସବୁକିଛି ଜୀବାଣୁ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥାଏ।

11

ପାଟିରୁ ଦୁର୍ଗନ୍ଧ ବାହାରିବାର ମୁଖ୍ୟ କାରଣ :

– ଫାଷ୍ଟଫୁଡ ଏବଂ ରାଗ ତେଲମସଲାଯୁକ୍ତ ଖାଦ୍ୟ
– ତମାଖୁ ସେବନ
– ଦାନ୍ତ ଏବଂ ପାଟିକୁ ଭଲଭାବେ ସଫା ନ କରିବା
– ମୁହଁରେ ଶୁଖିଲାପଣ
– ଦାନ୍ତ ସମସ୍ୟା
– ଓରାଲ ଇନଫେକ୍ସନ
– କୌଣସି ପ୍ରକାର ନିଶା କରିବା

water

କିପରି ଦୂର କରିବେ ଦୁର୍ଗନ୍ଧ

– ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଦିନକୁ ଅତିକମ୍‌ରେ ୩ ଲିଟର ପାଣି ପିଅନ୍ତୁ।

– ଖାଇବା ଆଗରୁ ପାଣି ପିଇପାରିବେ ଏବଂ ଖାଇବାର ୨୫ ମିନିଟ୍‌ ପରେ ପାଣି ପିଇବା ଉଚିତ।

– ଯଦି ଏପରି ସମସ୍ୟା ଦେଖାଦିଏ , ତେବେ ଆପଣ ପାନମଧୁରୀକୁ ଚୋବାନ୍ତୁ। ନଚେତ ଲବଙ୍ଗକୁ ଚକଲେଟ ପରି ଖାଆନ୍ତୁ। ମୁଖ ଦୁର୍ଗନ୍ଧରୁ ରକ୍ଷା ମିଳିବ।

brush

– ଦିନକୁ ଅତିକମରେ୨ ଥର ବ୍ରଶ କରନ୍ତୁ। ଏମିତି କଲେ ମଧ୍ୟ ମୁହଁ ବ୍ୟାକ୍ଟେରିଆରୁ ମୁକ୍ତି ମିଳିବ।

– ଯଦି ସମ୍ଭବ ନିମ୍ବ କିମ୍ବା ଅଶୋକ ଦାନ୍ତକାଠିରେ ଦାନ୍ତ ଘଷନ୍ତୁ। ଏଥିରେ ଦାନ୍ତ ଘଷିଲେ ମୁହଁ ସୁଗନ୍ଧିତ ହେବା ସହିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

mouth

– ପାଟି ଦୁର୍ଗନ୍ଧ ପାଇଁ ପୋଦିନା ପତ୍ରକୁ ଚୋବାଇ ପାରିବେ। ଯାହା ମୁଖ ଦୁର୍ଗନ୍ଧକୁ ତୁରନ୍ତ ଦୂର କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button