IBN ଓଡ଼ିଶା ବ୍ୟୁରୋ
ସ୍ୱାଦରେ ଜବରଦସ୍ତ ପନୀର ଭୁଜିଆ, ମିନିଟରେ ହେବ ପ୍ରସ୍ତୁତ

ପନୀରକୁ ଶାକାହାରୀ ଭୋଜନରେ ବହୁତ ପସନ୍ଦ କରାଯାଏ। କାରଣ ଯେତେବେଳେ ବି କୌଣସି ସ୍ପେଶାଲ ଡିସ ତିଆରି କରାଯାଏ ସେତେବେଳେ ଆଗ ପନୀରକୁ ଆଗ ରଖାଯାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଝଟପଟ ପ୍ରସ୍ତୁତ ହେଉଥିବା ମସାଲାଦାର ପନୀର ଭୁଜିଆ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି।
ଆବଶ୍ୟକ ସାମଗ୍ରୀ
ପନୀର – ୧୦୦ ଗ୍ରାମ
ଟମାଟୋ –୨
ପିଆଜ – ୧ (ଛୋଟ କଟା ହୋଇଥିବା)
କଞ୍ଚା ଲଙ୍କା – ୨
ଅଦା – ଅଳ୍ପ ପେଶା ହୋଇଥିବା
ରସୁଣ – ୨ କୋଲା
ସୁଖିଲା ମସଲା
ଜିରା – ୧/୪ ଚାମଚ
ହଳଦି – ଚିମୁଟାଏ
ଗରମ ମସଲା – ୧/୨ ଚାମଚ
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
-ସର୍ବପ୍ରଥମେ ପନୀରକୁ କଦ୍ଦୁକସ୍ କରିଦିଅନ୍ତୁ।
-ତେଲ କିମ୍ବା ଘିଅ ଗରମ କରନ୍ତୁ। ଏହାପରେ ଜିରା, ପିଆଜ, କଞ୍ଚା ଲଙ୍କା, ଅଦା ଏବଂ ରସୁଣ ପକାନ୍ତୁ।
-ଏହା ସୁନେଲୀ ରଙ୍ଗ ହେବା ଯାଏଁ ଭାଜନ୍ତୁ। ଏହାପରେ ଟମାଟୋ ପକାଇ ପାଣି ମାରି ଦିଅନ୍ତୁ।
-ସୁଖିଲା ମସଲା ପକାଇ ଭାଜନ୍ତୁ।
-ମସଲାରେ ପନୀର ପକାଇ ହାଲକା ଭାଜନ୍ତୁ।
-ଏବେ ଆପଣଙ୍କର ପନୀର ଭୁଜିଆ ପ୍ରସ୍ତୁତ ହୋଇଯାଇଛି।




