IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଶରେ ତେଲ ବଦଳରେ ସେରମ ଲଗାଉଛନ୍ତି କି ? କମ୍‌ ଖର୍ଚ୍ଚରେ ଘରେ କରନ୍ତୁ ପ୍ରସ୍ତୁତ

ପ୍ରତ୍ୟେକ ଯୁବତୀ ନିଜର କେଶକୁ ନେଇ ଚିନ୍ତିତ ରହିଥାନ୍ତି। କେଶ ଝଡିବା, ରୂପି ସମସ୍ୟା, କେଶ ପତଳା ହେବା ଇତ୍ୟାଦି । ଏଥିପାଇଁ ଯୁବତୀ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। ଆଜିକାଲିର ଯୁବତୀ କେଶରେ ତେଲ ଲଗାଇବା ପରିବର୍ତ୍ତେ ସେରମ ଲଗାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବଜାରରେ ମିଳୁଥିବା ସେରମ କେଶକୁ ହାନି ପହଞ୍ଚାଇଥାଏ। କେବଳ ଏତିକି ନୁହେଁ, ସେରମକୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ଶରୀର ଉପରେ ମଧ୍ୟ ପଡିଥାଏ। ଖାସ୍‌ ସେଥିପାଇଁ ଆପଣ ଘରେ କେମିକାଲ ଫ୍ରି ସେରମ ପ୍ରସ୍ତୁତ କରି କେଶରେ ବ୍ୟବହାର କରିପାରିବେ। ଯାହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ସମସ୍ୟାରୁ ମୁକ୍ତି ଦେବ। କିପରି ଘରେ ସେରମ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା…

serum

ଆବଶ୍ୟକୀୟ ସାମଗ୍ରୀ :

ଜଡା ତେଲ : ଏକ ଚାମଚ

ଆଭାକାଡୋ ତେଲ : ଦୁଇ ଚାମଚ

ବାଦାମ ତେଲ : ୬ ଚାମଚ

ଲାଭେଣ୍ଡର ଏସେନସିଆଲ ଅଏଲ : ୮ ବୁନ୍ଦା

ଚନ୍ଦନ ହେୟାର ଅଏଲ : ୭ ବୁନ୍ଦା

oil

କିପରି କରିବେ ପ୍ରସ୍ତୁତ :

ପ୍ରଥମେ ଏକ ପାତ୍ରରେ ବାଦାମ ତେଲ ନେଇ ସେଥିରେ ଜଡା ତେଲ ଏବଂ ଆଭାକାଡୋ ତେଲ ମିଶାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ୧୦ ମିନିଟ ପରେ ସେଥିରେ ଲାଭେଣ୍ଡର ତେଲ ଏବଂ ଚନ୍ଦନ ତେଲ ମିଶାଇ ଦିଅନ୍ତୁ। ଗୋଟେ ଚାମଚ ସାହାଯ୍ୟରେ ସବୁ ତେଲକୁ ଭଲ ଭାବେ ଘାଣ୍ଟି ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ କାଚ ବୋତଲରେ ଭର୍ତ୍ତି କରି ରଖିଦିଅନ୍ତୁ। କେଶକୁ ଧୋଇବା ପରେ ଏଥିରୁ ୨ ରୁ ୩ ବୁନ୍ଦା ନେଇ କେଶରେ ଲଗାନ୍ତୁ। ଏହାକୁ ଲଗାଇବା ଫଳରେ ଆପଣଙ୍କ କେଶ ଉଜ୍ୱଳ ଦେଖାଯିବା ସହିତ ମାର୍କେଟରେ ମିଳୁଥିବା ରାସାୟନିକଯୁକ୍ତ ସେରମରୁ ହେଉଥିବା ହାନିରୁ ଲାଭ ଦେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button