ମନୋରଞ୍ଜନ

ସଂଧ୍ୟାରେ ଖାସ୍‌ ସ୍ୱାଦ ଦେବ ‘ଏଗ୍‌ ବୋଣ୍ଡା’, ଆଜି ହିଁ ଘରେ କରନ୍ତୁ ପ୍ରସ୍ତୁତ

ସଂଧ୍ୟାରେ କିଛି ନୂଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କାରଣ କର୍ମମୟ ଜୀବନ ଭିତରେ ସଂଧ୍ୟାରେ ଟିକେ ସମୟ ମିଳିଥାଏ କିଛି ନୁଆ ସ୍ୱାଦ ଚାଖିବାକୁ। ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ଖାସ୍‌ ଡିସ୍‌ ଜଣାଇବୁ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ଜବରଦସ୍ତ। ଆପଣ ପ୍ରାୟତଃ ଅଣ୍ଡା ବ୍ରେଡ, ସିଝା ଅଣ୍ଡା, ଅଣ୍ଡା ଆମଲେଟ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ‘ଏଗ୍‌ ବୋଣ୍ଡା’ ରେସିପି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସିଝା ଅଣ୍ଡା – ୩

ଭେଜିଟେବୁଲ ତେଲ – ୧ କପ୍‌

କଞ୍ଚା ଲଙ୍କା -୨ ଛୋଟ କଟା ହୋଇଥିବା

ବେସନ –୧ କପ୍‌

ଲୁଣ – ସ୍ୱାଦାନୁସାରେ

ଲାଲ ଲଙ୍କା ପାଉଡର -ଅଧା ଚାମଚ

ଚାଉଳ ଗୁଣ୍ଡ -ଅଧା କପ୍‌

ଗୋଲମରୀଚ – ୧/୪ ଚାମଚ

eggପ୍ରସ୍ତୁତି ପ୍ରଣାଳୀ

-ଏଗ୍‌ ବୋଣ୍ଡା ବନାଇବା ପାଇଁ ସର୍ବପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ। ଏହାପରେ ଅଣ୍ଡାକୁ ଫୁଟାନ୍ତୁ।

-ଅଣ୍ଡା ସିଝିଗଲା ପରେ ଏହାର ଚୋପା ଛଡାଇ ମଝିରୁ ଦୁଇ ଖଣ୍ଡ କରିଦିଅନ୍ତୁ। ଏହାପରେ ଏହାଉପରେ ଗୋଲମାରଚ ଗୁଣ୍ଡ, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ।

-ଏକ ପାତ୍ରରେ ଚାଉଳ ଗୁଣ୍ଡ, ଅଟା, କଟା କଞ୍ଚା ଲଙ୍କା, ଗୋଲ ମରୀଚ ଏବଂ ଲୁଣ, ଜୁଆଣି ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ପାଣି ପକାଇ ଏକ ପେଷ୍ଟ ବା ଘୋଳ ପ୍ରସ୍ତୁତ କରନ୍ତୁ।

-ଏହାପରେ କାଟି ରଖିଥିବା ଅଣ୍ଡାକୁ ଘୋଳରେ ବୁଡାଇ ତେଲରେ ଛାଣନ୍ତୁ।

-ଏହାଭଲ ଭାବେ ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ।

-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଏଗ୍‌ ବୋଣ୍ଡା। ଆପଣ ଏହାକୁ ଟମାଟୋସସ୍‌ ସହିତ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button