ଅପରାଧ

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲା ସ୍ବାମୀ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ନିଜ ସନ୍ତାନମାନଙ୍କ ଆଗରେ ସ୍ତ୍ରୀକୁ ଛୁରି ଭୁସି ହତ୍ୟା କରିବା ପରେ ୩ ମହଲାରୁ ଚଳକୁ ଡେଇଁପଡ଼ି ଆହତ ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ ରାତିରେ ଘରକୁ ବିଳମ୍ବରେ ଫେରିବାରୁ ସ୍ତ୍ରୀ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ତାଙ୍କୁ ଛୁରି ଭୁସି ଦେବାରୁ ସେ ମରିଗଲେ। ହତ୍ୟାକାରୀ ବାପାକୁ ସନ୍ତାନମାନେ ଗୋଟାଏ କୋଠରିରେ ପୂରାଇ ବନ୍ଦ କରିବାକୁ ଉଦ୍ୟମ କରିବାରୁ ସେ ଆପାର୍ଟମେଣ୍ଟ୍‌ର ୩ ମହଲାରୁ ତଳକୁ ଡେଇଁ ପଡ଼ିଲେ। ଅଭିଯୁକ୍ତ ହେଉଛନ୍ତି ଲୁଗା ଦ‌ୋକାନରେ କାମ କରୁଥିବା ଆଦିତ୍ୟ କପୁର। ଶନିବାର ବିଳମ୍ବିତ ରାତ୍ରରେ ସେ ଘରକୁ ଫେରିବାରୁ ସ୍ତ୍ରୀ ସହିତ ତାଙ୍କର ଝଗଡ଼ା ହୋଇଥିଲା।

ସେମାନଙ୍କର ଦୁଇ ସନ୍ତାନ ଝଗଡ଼ା ଓ ଛୁରି ଭୁସା ଘଟଣା ଦେଖିଥିଲେ। ବାପା ମାଆକୁ ଛୁରି ଭୁସି ମାରି ପକାଇଲେ ବୋଲି ତୁରନ୍ତ ସେମାନେ ଫୋନ୍‌ କରି ପୁଲିସକୁ ଜଣାଇ ଦେଲେ। ତା’ପରେ ସେମାନେ ହତ୍ୟାକାରୀ ବାପାଙ୍କୁ ଗୋଟାଏ କୋଠରିରେ ପୂରାଇ ବାହାରୁ ତାଲା ପକାଇବାକୁ ଉଦ୍ୟମ କରିବାରୁ ସେ ଆପାର୍ଣ୍ଟମେଣ୍ଟ୍‌ର  ୩ୟ ମହଲାରୁ ତଳକୁ ଡେଇଁ ପଡ଼ି ଆହତ ହେଲେ। ତାଙ୍କୁ ନିକଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁବେଳେ ସ୍ତ୍ରୀ ସହିତ ଝଗଡ଼ା କରୁଥିବା ଆଦିତ୍ୟ କପୁର ପୂର୍ବରୁ ଅନେକ ଥର ଜୀବନ ହାରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button