ରାଜ୍ୟ

ରାଜ୍ୟରେ କମିଲା ଶୀତର ତାପମାତ୍ରା – Ibnodisha

[ad_1]

winter

ଭୁବନେଶ୍ୱର : ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ । ଆଜିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିଭଳି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି । ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସେପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ର ପରିମାଣ ଅଧିକ ରହୁଥିବା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ରେ ହାଲୁକା କୁହୁଡି ଦୃଶ୍ୟମାନ ହେବ। ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ରୁ ୪, ୫ ଏବଂ ୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ପାଗ ଶୁଖିଲା ରହିବ ।

The post ରାଜ୍ୟରେ କମିଲା ଶୀତର ତାପମାତ୍ରା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button