ଦେଶ

ବାର୍ଡଫ୍ଲୁ ଭୂତାଣୁ ; ୩୫ଟି ପେଙ୍ଗୁଇନ୍ ଛୁଆ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ଜାନୁଆରି ୧୯ରେ ଫଲ୍‌କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ପାଖାପାଖି ୩୫ଟି ପେଙ୍ଗୁଇନ୍ ଛୁଆ ମୃତ ଅବସ୍ଥାରେ ମିଳିବା ପରେ ଏଚ୍‌୫ଏନ୍‌୧ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଚିହ୍ନଟ ହୋଇଥିଲା। ଜେଣ୍ଟୁ ପେଙ୍ଗୁଇନଙ୍କଠାରେ ମାରାତ୍ମକ ବାର୍ଡଫ୍ଲୁ ଭୂତାଣୁ ଚିହ୍ନଟ ହେବା ଘଟଣା ବୈଜ୍ଞାନିକ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ପ୍ରାଣୀ ଚିକିତ୍ସକ ତଥା ଏସ୍ଏଆର୍ ଗବେଷକ ରାଲ୍‌ଫ ଭାନଷ୍ଟ୍ରିଲ୍ସଙ୍କ କହିବା ଅନୁସାରେ, ମୃତ ପକ୍ଷୀଙ୍କ ମଧ୍ୟରୁ ଦୁଇଟି ଭୂତାଣୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଲ୍‌କଲ୍ୟାଣ୍ଡ ଦ୍ୱୀପପୁଞ୍ଜ ସରକାରଙ୍କ ମୁଖପାତ୍ର ସାଲି ହିଥମ୍ୟାନଙ୍କ କହିବା ଅନୁସାରେ, ଜାନୁଆରି ୩୦ ତାରିଖ ସୁଦ୍ଧା ୨୦୦ରୁ ଅଧିକ ଜେଣ୍ଟୁ ପେଙ୍ଗୁଇନ୍ ଛୁଆ ଏବଂ ଅନେକ ବୟସ୍କଙ୍କ ମୃତଦେହ ମିଳିବା ପରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଯଦିଓ ଜେଣ୍ଟୁ ପେଙ୍ଗୁଇନ୍ ସାଧାରଣତଃ ଫଲ୍‌କଲ୍ୟାଣ୍ଡ ଓ ଆଣ୍ଟାର୍କଟିକା ଉପଦ୍ୱୀପ ମଧ୍ୟରେ ଅଧିକ ଦୂରତା ଅତିକ୍ରମ କରନ୍ତି ନାହିଁ, ତଥାପି ଏହି ଭୂତାଣୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button