ଦେଶ
ଋତୁସ୍ରାବ ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ: ସ୍ମୃତି ଇରାନୀ – Ibnodisha

[ad_1]
ନୂଆଦିଲ୍ଲୀ: ଋତୁସ୍ରାବ ସମୟରେ ମହିଳାଙ୍କୁ ଦରମା ସହିତ ଛୁଟି ଦେବାକୁ ନେଇ ଦାବି ହେବା ସହ ବିଭିନ୍ନ କ୍ୟାମ୍ପେନ ମଧ୍ୟ ଚାଲିଛି । ତେବେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟ ସଭାରେ ଆରଜେଡି ସାଂସଦ ମନୋଜ ଝା’ଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଏନେଇ ମତ ରଖିଛନ୍ତି ସ୍ମୃତି ଇରାନୀ । କହିଛନ୍ତି, ଋତୁସ୍ରାବ ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ ।
ଋତୁସ୍ରାବ ମହିଳାଙ୍କ ଜୀବନ ଯାତ୍ରାର ପ୍ରାକୃତିକ ଅଂଶ । ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକତା ନାହିଁ । ଏପରି ପ୍ରସ୍ତାବ ଦେବା ଉଚିତ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ । ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ଉପର ଆରଜେଡି ସାଂସଦ ମନୋଜ କୁମାର ଝାଙ୍କ ପ୍ରଶ୍ନର ଉତର ସ୍ମୃତି ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି ।
[ad_2]