ରାଜ୍ୟ

ଭଦ୍ରକରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ, ପୁଣି ବୁଲିଲା ବୁଲଡୋଜର

ଦ୍ରକ ୨୪:ଭଦ୍ରକ ଜିଲ୍ଲାରେ ଚାଲିଛି ସରକାରୀ ଜମି ଜବରଦଖଲ ଉଚ୍ଛେଦ । ପ୍ରାଥମିକ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଉଚ୍ଛେଦ ଆରମ୍ଭ ହୋଇଥିଲା । ଉଠା ଦୋକାନୀ, କେବିନ ସହ କଂକ୍ରିଟ ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଥିଲା । କିନ୍ତୁ ଥାନା ଛକ ଠାରୁ ଉଚ୍ଛେଦ ବନ୍ଦ ଥିଲା । ଏବେ ପୁଣି ଥରେ ବୁଲଡୋଜର ବୁଲିବା ଆରମ୍ଭ କରିଛି ।

ଥାନା ଛକରୁ ବାଇପାସ ପର୍ଯ୍ୟନ୍ତ ଉଚ୍ଛେଦ ହୋଇଛି । ଯଦିଓ ପ୍ରଶାସନ ତରଫରୁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ନିଜ ଉଚ୍ଛେଦ ଦୋକାନର ପ୍ରମାଣପତ୍ର ଦେବା ପାଇଁ କୁହାଯାଇଥିଲା । କିନ୍ତୁ ପ୍ରଶାସନ ତରଫରୁ ଯେଉଁ ସଂଖ୍ୟକ ଦୋକାନ ଭଙ୍ଗାଯାଇଛି ତାହା ଠାରୁ ଅନେକ ଗୁଣରେ ଅଧିକ ଲୋକେ ନିଜକୁ ଦୋକାନୀ ବୋଲି କହି ଆବେଦନ କରିଥିବା ସୂଚନା ମିଳିଛି ।

ଉଚ୍ଛେଦ ପରେ ଅନେକ ଦୋକାନୀ ବେସାହାରା ହୋଇଛନ୍ତି । ଦୋକାନୀଙ୍କ ଥଇଥାନ ପାଇଁ ଉପଯୁକ୍ତ ଦୋକାନୀଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ସରକାରୀ ଜମିରେ କଂକ୍ରିଟ ଦୋକାନୀଙ୍କୁ ଥଇଥାନ, ପରେ କେବିନ ଓ ଉଠା ଦୋକାନୀଙ୍କ ପାଇଁ ବ୍ୟବସ୍ଥା ହୋଇପାରେ ବୋଲି ସୂଚନା ରହିଛି । ଅନ୍ୟପଟେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷ ଗୁଲମକୀ ହାବିବିଙ୍କ ସହ ଏକ ଟିମ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଉଚ୍ଛେଦ ପୂର୍ବରୁ ଅନେକ ଦୋକାନୀ ବେସାହାରା ହୋଇଥିବାରୁ ସେମାନଙ୍କୁ ଥାଇଥାନ ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button